fbpx

ଏଣିକି ସକାଳ ୬ଟାରୁ ଖୋଲିବ ଦୋକାନ, ବିବାହ କାର୍ଯ୍ୟ ଏତିକି ଘଣ୍ଟାରେ ସାରିବାକୁ ଜାରି ହେଲା ନିର୍ଦ୍ଦେଶନାମା

ଜୟପୁର, ୨୪ା୪: ରାଜସ୍ଥାନରେ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ସରକାର ଦୋକାନ ବଜାର ଓ ବିବାହ ଉତ୍ସବ ନେଇ ନୂଆ ନିୟମ ପ୍ରଣୟନ କରିଛନ୍ତି । ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ରାଶନ, ଫଳ, ପନିପରିବା, କ୍ଷୀର ଦୋକାନ ଓ ପେଟ୍ରୋଲ ପମ୍ପ ଏହି ସମୟରେ ଖୋଲିପାରିବ । ବିବାହ ସମାରୋହରେ ୫୦ ଜଣ ଉପସ୍ଥିତ ରହିବା ସହ ୩ ଘଣ୍ଟା ମଧ୍ୟରେ କାର୍ଯ୍ୟ ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଜରୁରୀକାଳୀନ ସେବାକୁ ଜାରି ରଖିବା ପାଇଁ ଅନୁମତି ଦିଆଯାଇଛି ।

ଏହି ଗାଇଡଲାଇନ୍ ଆସନ୍ତା ୨୬ ତାରିଖ ସନ୍ଧ୍ୟା ୫ଟାରୁ ଲାଗୁ କରାଯିବ ବୋଲି କୁହାଯାଇଛି । ଜରୁରୀକାଳୀନ ଯାନବାହନକୁ ଛାଡ଼ି ବ୍ୟକ୍ତିଗତ ଯାନବାହନ ଉପରେ ରୋକ ଲାଗୁ କରାଯାଇଛି । ଯାତ୍ରୀବାହୀ ଯାନରେ ଡ୍ରାଇଭର ସହ ୫୦ ପ୍ରତିଲୋକଙ୍କୁ ଅନୁମତି ଦିଆଯାଇଛି । ସକାଳ ୭ଟାରୁ ଦ୍ୱିପ୍ରହର ୧୨ଟା ମଧ୍ୟରେ ପେଟ୍ରୋଲ ଭରିବାକୁ କୁହାଯାଇଛି । ଆୟୁର୍ବେଦ, ବନ୍ୟଜନ୍ତୁ, ସୂଚନା, ପଶୁପାଳନ ଆଦି ବିଭାଗଗୁଡ଼ିକ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । କୋଭିଡ ସହ ଜଡ଼ିତ ଥିବା ଅଫିସ ବ୍ୟତୀତ ଅନ୍ୟ ସମସ୍ତ ଅଫିସ ବନ୍ଦ ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.