fbpx

ପତଞ୍ଜଳି ଯୋଗପୀଠରେ କୌଣସି ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇନାହାନ୍ତି, ପୂର୍ବ ଖବରକୁ ଭୁଲ୍ ବୋଲି କହିଲେ ବାବା ରାମଦେବ

ହରିଦ୍ୱାର, ୨୪ା୪: ଗତ ଗୁରୁବାର ଦିନ ପତଞ୍ଜଳି ଯୋଗପୀଠରେ ୮୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା । ତେବେ ଏହାକୁ ଭୁଲ ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ । ବାବା କହିଛନ୍ତି ଯେ, ପତଞ୍ଜଳି ଯୋଗପୀଠରେ କୌଣସି ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇନାହାନ୍ତି । ସେ କହିଛନ୍ତି ଯେ, ନୂତନ ଛାତ୍ରମାନଙ୍କର କରୋନା ଟେଷ୍ଟ କୋଭିଡ-୧୯ ନିୟମ ଅନୁଯାୟୀ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପଜିଟିଭ ଚିହ୍ନଟମାନଙ୍କୁ କ୍ୟାମ୍ପସରୁ ବାହାର କରିଦିଆଯିବା ସହ ଚିକିତ୍ସା କରାଯାଉଛି । ଶୁଣାଯାଉଥିବା ଖବରର କୌଣସି ସତ୍ୟତା ନାହିଁ । ସେ ସକାଳ ୫ଟାରୁ ଯୋଗ କରିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ଲାଇଭ୍ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ବାବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପତଞ୍ଜଳି ଯୋଗପୀଠରେ ୮୩ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯାଇଥିଲା । ଦୈନିକ ପତଞ୍ଜଳି କ୍ୟାମ୍ପସରୁ ପଜିଟିଭ୍ ଚିହ୍ନଟ ହେଉଥିବା ଜଣାପଡ଼ିଥିଲା । ଗତକାଲି ଡେରାଡୁନରୁ ୧୬୦୫ ଜଣ ଓ ହରିଦ୍ୱାରରୁ ୧୧୧୫ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.