fbpx

ବୟ୍ ଫ୍ରେଣ୍ଡ୍ ଓ ଗାର୍ଲ୍ ଫ୍ରେଣ୍ଡ୍  ବ୍ଲାକ୍ ରେ କରୋନା ଔଷଧ ‘ରେମଡେସିଭର’କୁ ଏତିକି ଟଙ୍କାରେ କରୁଥିଲେ ବିକ୍ରି !

ମଧ୍ୟପ୍ରଦେଶ ୨୪ । ୪ (ଓଡିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକମାନଙ୍କ ପାଇଁ ସରକାର କରୋନା ଟିକାର ଉତ୍ପାଦନ ବ୍ୟବସ୍ଥାକୁ ଦ୍ରୁତ ଗତିରେ ବଢାଇବା ଲାଗି ଉତ୍ପାଦନକାରୀ କମ୍ପାନୀଙ୍କୁ ନର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଯେମିତିକି କୌଣସି ରୋଗୀଙ୍କର କରୋନା ଟିକା ଅଭାବରୁ ମୃତ୍ୟୁ ନହୁଏ । ଏଭଳି ସ୍ଥିତିରେ ଜଣେ ନର୍ସ କରୋନା ରୋଗୀଙ୍କ କରୋନା ଇଞ୍ଜେକ୍ସନ୍ ଚୋରିକରି ହସ୍ପିଟାଲ ବାହାରେ ନିଜ ପ୍ରେମକଙ୍କ ଦ୍ୱରା ବିକ୍ରି କରିଛି । ଘଟଣାଟି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ହସ୍ପିଟାଲରେ ଘଟିଛି ।

ମିଳିଥିବା ଖବର ଅନୁସାରେ ଭୋପାଳର ଜେକେ ହସ୍ପଟାଲା ନର୍ସ ଶାଲୀନି ବର୍ମା କରୋନା ରୋଗୀଙ୍କୁ କରୋନା ‘ରେମଡେସିଭିର’ ଇଞ୍ଜେକ୍ସନ୍ ନଲାଗାଇ ସାଧାରଣ ଇଞ୍ଜେକ୍ସନ୍ ଲାଗାଉଥିଲେ । ଏନେଇ କୋଲର ପୋଲିସକୁ ସୂଚନା ମିଳିଥିଲା କି ଜଣେ ବ୍ୟକ୍ତି ‘ରେମଡେସିଭିର’ କୁ ବ୍ଲାକରେ ବିକ୍ରି କରୁଛି । ଏହାପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବ୍ୟକ୍ତି ଜଣଙ୍କୁ ଧରିଥିଲା । ବ୍ୟକ୍ତି ଜଣଙ୍କ ନାମ ଝଲକନ୍ ସିଂହ ହୋଇଥିବା ବେଳେ ସେ ନର୍ସ ଶାଲୀନିର ପ୍ରେମକ ବୋଲି ନିଜେ ପୋଲିସ ପାଖରେ ସ୍ୱୀକର କରିଛି । ଝଲକନ୍ ସିଂହଙ୍କୁ ପଚରାଉଚରା ପରେ ସେ ମାନିଥିଲା କି ତାଙ୍କ ପ୍ରେକିକା ଶାଲୀନି ରୋଗୀମାନଙ୍କୁ ‘ରେମଡେସିଭିର’ ବଦଳରେ ସାଧାରଣ ଇଞ୍ଜେକ୍ସନ୍ ଦେଇଥାଏ । ପରେ ସେ କରୋନା ଇଞ୍ଜେକ୍ସନ୍ ଆଣି ମୋତେ ଦିଏ ଏବଂ ମୁଁ ତାକୁ ବ୍ଲାକରେ ୨୦ରୁ ୩୦ ହଜାର ଟଙ୍କାରେ ବିକ୍ରି କରିଥାଏ । ଅଭିଯୁକ୍ତ ଏକଥା ମଧ୍ୟ ମାନିଛି ଯେ ଜେକେ ହସ୍ପିଟାଲର ଡାକ୍ତର ଶୁଭମ ପେଟରିୟାଙ୍କୁ ୧୩ ହଜାର ଟଙ୍କାରେ ସେହି ଇଞ୍ଜେକ୍ସନ୍ ବିକ୍ରି କରିଛି ।

ସୂଚନା ଅନୁସାରେ ଜେକେ ହସ୍ପଟାଲର ଜଣେ କରୋନା ରୋଗୀର ପରିଜନ ଅଭିଯୁକ୍ତ ଝିଲକନ୍ ନିକଟରେ କରୋନା ଇଞ୍ଜେକ୍ସନ୍ ପାଇଁ ସୌଦା କରିଥିଲା । ଇଞ୍ଜେକ୍ସନ୍ ର ଦାମ ଠିକ୍ ହୋଇନଥିବା ବେଳେ ରେଗୀଟିର ମୃତ୍ୟୁ ହୋଇଯାଇଥିଲା । ରୋଗୀର ପରିଜନ ଏହି ଇଞ୍ଜେକ୍ସନ୍ କଳାବଜାରି ହୋଇଥିବା ନେଇ ପୋଲସକୁ ଖବର ଦେଇଥିଲା ।

Get real time updates directly on you device, subscribe now.