fbpx

ଭକ୍ତଙ୍କ ଦର୍ଶନ ପାଇଁ ମେ’ ୧୫ ଯାଏ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ୨୪ । ୪ (ଓଡିଶା ଭାସ୍କର) : ମେ’ ୧୫ ଯାଏ ବନ୍ଦ ରହିବ ଶ୍ରୀମନ୍ଦିର । ଭକ୍ତମାନଙ୍କ ଦର୍ଶନ ଲାଗି ପୁରୀ ଶ୍ରୀମନ୍ଦିର ୧୫ ତାରିଖ ଯାଏ ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ମନ୍ଦିର ବନ୍ଦ ଥିଲେ ମଧ୍ୟ ସେବାୟତଙ୍କ ଦ୍ୱରା ପ୍ରଭୁଙ୍କ ନୀତିକାନ୍ତି କରାଯିବ । ରାଥ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିବ । କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ଶ୍ରୀମନ୍ଦିର ବନ୍ଦ ନେଇ ସବୁ ସେବାୟତମାନେ ଛତିଶା ନିଯୋଗ ବୈଠକରେ ପ୍ରସ୍ତାବ ଦିଆଯାଇ ଥିଲା । ୧ ମାସ ଯାଏ ବନ୍ଦ ହେବା ଲାଗି ବୈଠକରେ କୁହାଯାଇ ଥିଲା । ଏହି ସମୟରେ ସେବାୟତଙ୍କୁ ଆର୍ଥିକ ସହାୟତା ନେଇ ଦାବି କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଏଥିରେ ଜିଲ୍ଲାପାଳ, ଏସପି ଓ ସମସ୍ତ ନିଯୋଗର ପ୍ରତିନିଧି ଉପସ୍ଥିତ ଥିଲୋ ।

Get real time updates directly on you device, subscribe now.