fbpx

ଗୁରୁ ରନ୍ଧାୱାଙ୍କ ସହ ମସ୍ତି କରୁଛନ୍ତି ଉର୍ବଶୀ, ଦେଖନ୍ତୁ ଭିଡିଓ

ମୁମ୍ବାଇ, ୨୪ା୪ : ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌଟେଲା ନିଜର ପ୍ରତିଟି ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଫ୍ୟାନ୍ସ ମାନଙ୍କ ପାଇଁ ସେ ସେୟାର କରନ୍ତି । ଏଥିସହିତ ଆକ୍ଟିଭ୍ ସେଲେବ୍ ମାନଙ୍କ ମଧ୍ୟରୁ ସେ ଜଣେ । ଆଗକୁ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବାକୁ ଯାଉଛି । ଯେଉଁଥିରେ ସେ ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧାୱାଙ୍କ ନଜର ଆସିବେ । ଏହି ଭିଡିଓର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଦୁହିଁଙ୍କ ଯୋଡିକୁ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରୁଛନ୍ତି ।


ଏହି ଗୀତର ପ୍ରୋମୋସନ୍ ପାଇଁ ଉର୍ବଶୀ ମ୍ୟୁଜିକ୍ ଭିଡିଓର କିଛି ରୋମାଣ୍ଟିକ୍ ଭିଡିଓ ଏବଂ ପୋଷ୍ଟ ଇନଷ୍ଟ୍ରାଗ୍ରାମ ପେଜ୍ ରେ ସେୟାର କରିଛନ୍ତି । ଏଥିସହିତ ସୁଟିଂ ସମୟରେ ସେମାନେ କେମିତି ଟାଇମ୍ ପାସ୍ କରୁଛନ୍ତି ତାହା ଦେଖିବାକୁ ମିଳିଛି । ଏନେଇ ସେ ଏକ ଭିଡିଓ ଅପଲୋଡ୍ କରିଛନ୍ତି । ଏହି ଭିଡିଓରେ ସେ ମେକଅପ୍ କ୍ଲାସ୍ କରୁଥିବା ନଜର ଆସିଛନ୍ତି । ସୁଟିଂ ସେଟ୍ ରେ ସେ ଦୁହେଁ ଖୁବ୍ ମସ୍ତି କରୁଥିବା ଦେଖିବାକୁ ମିଳିଛି । ତେବେ ସୁଟିଂରେ ଗୁରୁଙ୍କ ମେକଅପ୍ ମଧ୍ୟ ଉର୍ବଶୀ କରୁଛନ୍ତି । ଏହି ସମୟର ଏକ ମଜାଦାର ଭିଡିଓ ଭାଇରାଲ୍ ହେଉଛି । ସେଥିରେ ଉର୍ବଶୀ ଯେତେବେଳେ ଗୁରୁଙ୍କ ମେକଅପ୍ କରୁଛନ୍ତି ସେତେବେଳେ ତାଙ୍କ ଆଖିରେ ବ୍ରସ୍ ଚାଲିଯାଉଛି ଆଉ ସେ କହୁଛନ୍ତି ତାଙ୍କୁ ଟଙ୍କା ମିଳିବନି । ଏହି ପରି ବହୁ ମଜା ମସ୍ତି କରୁଥିବା ଦେଖିବାକୁ ମିଳିଛି ।

ତେବେ ଗୁରୁ ରନ୍ଧାୱା ଏବଂ ଉର୍ବଶୀଙ୍କ ନୁଆ ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବାକୁ ଯାଉଛି । ତାର ନାଁ ହେଉଛି “ଡୁବ୍ ଗଏ’ । ଏହି ଏପ୍ରିଲ୍ ୩୦ରେ ରିଲିଜ୍ ହେବ । ଏନେଇ ଗୁରୁ ନିଜ ଇନଷ୍ଟ୍ରାଗ୍ରାମ ରେ ପୋଷ୍ଟ କରିଛନ୍ତି ।

Get real time updates directly on you device, subscribe now.