fbpx

ଆସନ୍ତା ଜୁନ୍ ୧୪ରେ ହେବ ମାଟ୍ରିକ୍ ପରୀକ୍ଷା?? ସତ ସାମ୍ନାକୁ ଆଣିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୫ା୪ (ଓଡିଶା ଭାସ୍କର): ‘ଆସନ୍ତା ଜୁନ ୧୪ ତାରିଖରେ ହେବ ମାଟ୍ରିକ୍ ପରୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦଶମ ପରୀକ୍ଷା ବାତିଲ ହୋଇଥିଲା, ମାତ୍ର ପରେ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଜୁନ୍ ୧୪ ତାରିଖରୁ ୨୬ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।’ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଏହି ଟୁଇଟ୍ ସମସ୍ତଙ୍କୁ ଚକିତ କରିଦେଇଥିଲା । କାରଣ କିଛିଦିନ ପୂର୍ବରୁ ମାଟ୍ରିକ୍ ପରୀକ୍ଷା ବାତିଲ କରାଯାଇଥିଲା । ତେବେ ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ପାଇବା ପରେ ଗଣଶିକ୍ଷା ମନ୍ତ୍ରୀ ପ୍ରକୃତ ସତ ପଦାକୁ ଆଣିଛନ୍ତି । କେହି ଜଣେ ଦୁର୍ବୃତ୍ତ ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ନକଲି ଟୁଇଟର ଆକାଉଣ୍ଟ ଖୋଲି ଏଭଳି ଲେଖିଥିବା ସେ କହିଛନ୍ତି ।

ତେବେ ନକଲି ଆକାଉଣ୍ଟରେ ଟ୍ୱିଟ୍ କରାଯାଇଥିବା ଲେଖାର ସ୍କ୍ରିନ୍ ସଟ୍ ସମୀର ନିଜ ଅସଲି ଆକାଉଣ୍ଟରେ ସେୟାର କରିଛନ୍ତି । କେହି ଜଣେ ବଦମାସ ଏହି କାର୍ଯ୍ୟ କରିଛି । ତେଣୁ ଏଭଳି ମିଥ୍ୟା ପୋଷ୍ଟ ଠାରୁ ଦୂରେଇ ରହିବାକୁ ଗଣଶିକ୍ଷା ମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.