fbpx

ବିଧାୟକଙ୍କ ବାହାଘରରେ କରୋନା ଗାଇଡଲାଇନକୁ ଫୁ’! ଲାଗିଲା ୨୫ ହଜାର ଜୋରିମାନା, ଦେଖନ୍ତୁ ଭିଡିଓ

ଜୟପୁର, ୨୬ ।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଥିବା ବେଳେ ଦୈନିକ ଅନେକ ଆକ୍ରାନ୍ତଙ୍କ ଜୀବନ ଯାଉଛି । ହେଲେ ବି ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସଜାଗ ହେଉନାହାନ୍ତି । ସେହପରି ରାଜସ୍ଥାନର ବିଟିପି ବିଧାୟକ ରାଜକୁମାର ରୋଟଙ୍କ ବିବାହରେ କୋଭିଡ -୧୯ ଗାଇଡଲାଇନର ଧଜ୍ଜିଆ ଉଡାଯାଇଛି । ବିଧାୟକଙ୍କ ବିବାହରେ ଗାଇଡଲାଇନ ଅନୁସାରେ ସ୍ଥିର ହୋଇଥିବା ସଂଖ୍ୟାରୁ ଅଧିକ ସଂଖ୍ୟକ ଅତିଥି ଯୋଗଦେଇଥିଲେ । ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ବିଧାୟକଙ୍କ ଶ୍ୱଶୁରଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲାଗୁ ହୋଇଛି । କରୋନା କାଳରେ ହୋଇଥିବା ଏହି ବିଧାୟକଙ୍କ ବାହାଘର ଓ ନିୟମ ଉଲ୍ଲଂଘନ ଉପରେ ଜୋରିମାନା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ତେବେ ଡୁଙ୍ଗରପୁରର ଚୌରାସୀ ବିଧାନସଭା ଆସନର ବିଟିପି ବିଧାୟକ ରାଜକୁମାର ରୋଟ ଗତ ରବିବାର ରାତିରେ ବିବାହ କରିଥିଲେ । ବିଧାୟକଙ୍କ ବାହାଘର ଶିକ୍ଷୟିତ୍ରୀ ଗୀତାଙ୍କ ସହ ହୋଇଛି । ରବିବାର ଦିନ ଯେତେବେଳେ ବିଧାୟକ ଏକ ଶୋଭାଯାତ୍ରା ସହିତ କୁଶଲମଗରୀରେ ପହଞ୍ଚିଥିଲେ, ସେତେବେଳେ କରୋନା ଗାଇଡଲାଇନର ଉଲ୍ଲଂଘନ କରି ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା । ଏହି ବିବାହ ଉତ୍ସବରେ ଶହ ଶହ ଲୋକ ଯୋଗ ଦେଇଥିଲେ । ସୂଚନା ପାଇବା ମାତ୍ରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ୫୦ ରୁ ଅଧିକ ଅତିଥି ଥିବା ହେତୁ ବିଧାୟକଙ୍କ ଶ୍ୱଶୁର ମହିପାଲ ଖରାଡିଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ଲାଗୁ ହୋଇଛିି । କଲେକ୍ଟର ସୁରେଶ କୁମାର ଓଲାଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Get real time updates directly on you device, subscribe now.