fbpx

ଦିଲ୍ଲୀରେ କରୋନାର ଅସଲି ତାଣ୍ଡବ! ଶ୍ମଶାନରେ ଜାଗା ନମିଳିବାରୁ ପାର୍କରେ ଚାଲିଛି ଶବଦାହ

ନୂଆଦିଲ୍ଲୀ,୨୬ ।୪: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଯୋଗୁଁ ହାହାକାର ସୃଷ୍ଟି ହୋଇଛି ।ଏହାରି ମଧ୍ୟରେ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ପଜିଟିଭ୍ ମାମଲା ସାମ୍ନାକୁ ଆସୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ପରିସ୍ଥିତି ଏପରି ଉପୁଜିଛି ଯେ, ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରିବାକୁ ଲୋକମାନଙ୍କୁ ଲମ୍ବା ଲାଇନ୍ ଲଗାଇବାକୁ ପଡୁଛି ତ ଆଉ କେତେକ ସ୍ଥାନରେ ପାର୍କରେ ଶବଦାହ କରାଯାଉଛି ।

ଦିଲ୍ଲୀରେ କରୋନା ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ବର୍ତ୍ତମାନ ସୁଦ୍ଧା ଶବଦାହ ପାଇଁ ସ୍ଥାନ ମିଳୁନାହିଁ । କରୋନା ଯୋଗୁଁ ମୃତ୍ୟୁ ପରେ ଲୋକମାନେ ଶବଦାହ ପାଇଁ ପାର୍କକୁ ଯାଉଛନ୍ତି । ଦିଲ୍ଲୀର ସାରାଇ କାଲେ ଖାନଙ୍କ ଶବଦାହରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.