fbpx

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲା ଗୁଗୁଲ୍ ଡୁଡୁଲ୍

ନୂଆଦିଲ୍ଲୀ, ୨୫ା୪: ଆଜି ଗୁଗୁଲ୍ ତରଫରୁ ଖାସ୍ ଡୁଡୁଲ୍ ତିଆରି କରାଯାଇଛି । ଏହି ଖାସ୍ ଡୁଡୁଲ୍ ଜରିଆରେ ଦେଶର କରୋନା ଯୋଦ୍ଧା ମାନଙ୍କୁ ସେମାନଙ୍କର ନିସ୍ୱାର୍ଥପର କାମ ପାଇଁ ଧନ୍ୟବାଦ ଜଣାଯାଇଛି । ଏବେ ଆପଣ ମାନେ ଗୁଗୁଲ୍ ଖୋଲିବା ମାତ୍ରେ ଡୁଡୁଲ୍ ରେ ଏକ ନୁଆ ଅନ୍ଦାଜରେ ଦେଖିବାକୁ ପାଇବେ । ଏଥିରେ ଆପଣ ମାନେ ଦେଖିବାକୁ ପାଇବେ ଯେ, ଗୁଗୁଲ୍ ର ପ୍ରଥମ ଲେଟର୍ “ଏ’ ରେ ଗୋଡ ରହିଛି । ଏହାପରେ ସ୍ପେଲିଂର ମଝିରେ ହାର୍ଟ ଲଗାଯାଇଛି । ଆଉ ‘ଋ’ କୁ ସମ୍ପୂର୍ଣ୍ଣ ବଦଳେଇ ଦିଆଯାଇଛି । ଏହି ସୁନ୍ଦର ଡୁଡୁଲ୍ ଜରିଆରେ ଗୁଗୁଲ୍ କହିବାକୁ ଚାହୁଁଛି ଯେ, ସମସ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଧନ୍ୟବାଦ ।


ବର୍ତ୍ତମାନ କରୋନା ମହାମାରୀ ପୁଣିଥରେ ଶକ୍ତିଶାଳୀ ହୋଇ ଫେରିଥିବା ବେଳେ ଖୁବ୍ କମ୍ ସମୟରେ ହଜାର ହଜାର ଲୋକଙ୍କୁ ସଂକ୍ରମିତ କରୁଛି । ଦେଶରେ ଏହାର ସଂଖ୍ୟା ବର୍ତ୍ତମାନ ୩ ଲକ୍ଷ ଉପରେ ପହଞ୍ଚିଲାଣି । ଏହିଭଳି ପରିସ୍ଥିତିରେ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କାମ କରୁଥିବା କର୍ମଚାରୀ ମାନେ ଦିନରାତି ପରିଶ୍ରମ କରି ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡିବ । ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ଆଜି ଗୁଗୁଲ୍ ସେମାନଙ୍କ ମହାନ୍ କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିଛି ।


ଖାସ୍ କରି ଭାରତରେ କରୋନା ସଂକ୍ରମଣ ଦ୍ରୁତ ମାତ୍ରାରେ ବଢ଼ିବାରେ ଲାଗିଛି । ପ୍ରତିଦିନ ଅକ୍ସିଜେନ୍ ଅଭାବରେ ଏବଂ ଏହି ମାରାତ୍ମକ ରୋଗର ଶିକାର ହୋଇ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି । ତେଣୁ ଭାରତର ଏହି ଘଡିସନ୍ଧି ମୁହୁର୍ତ୍ତରେ ସାରା ବିଶ୍ୱ ଏବେ ଭାରତ ପାଇଁ ପ୍ରାର୍ଥନା କରୁଛି । ତେଣୁ ଆଜି ବୁର୍ଜ ଖଲୀଫାରେ ମଧ୍ୟ ଭାରତ କରୋନା ସହ ଲଢ଼େଇ କରୁଥିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ମେସେଜ୍ ଦିଆଯାଇଛି । ସେଥିରେ ଲେଖାଯାଇଛି ଯେ, ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ ।

Get real time updates directly on you device, subscribe now.