fbpx

ରାଜ୍ୟରେ ବିଳମ୍ବରେ ହେବ ୧୮ରୁ ୪୪ ବର୍ଷର ବ୍ୟକ୍ତିବିଶେଷଙ୍କ ଟିକାକରଣ

ଭୁବନେଶ୍ୱର,୨୭ା୪ (ଓଡିଶା ଭାସ୍କର) : କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ମେ ୧ ତାରିଖରୁ ୧୮ରୁ ୪୪ ବର୍ଷର ବ୍ୟକ୍ତିବିଶେଷ ଟିକା ନେବେ । ହେଲେ ଓଡ଼ିଶାରେ ଏହା ବିଳମ୍ବ ହେବାର ଆଶଙ୍କା ରହିଛି । କାରଣ ରାଜ୍ୟରେ ଟିକା ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଟିକାକରଣରେ ଅନିଶ୍ଚିତତା ଦେଖାଦେବ ବୋଲି ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୁଚନା ଦେଇଛନ୍ତି । ତେବେ ମେ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବାର ସମ୍ଭାବନା ଖୁବ୍ କମ୍ ରହିଛି । ସେହିପରି ଧାର୍ଯ୍ୟ ତାରିଖରୁ ଟିକାକରଣ ଘୁଞ୍ଚିବ । ସେହିପରି ମେ ମାସର ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ୍ ଆସିପାରେ । ତେଣୁ ପର୍ଯ୍ୟାପ୍ତ ପରିମାଣର ଟିକା ପହଞ୍ଚିବା ପରେ ହିଁ ଟିକାକରଣ ପ୍ରକ୍ରିୟା ଆରମ୍ଭ କରାଯିବ । କୋଭିସିଲ୍ଡ ଟିକା ପାଇଁ ଗତକାଲି ଚିଠି ଲେଖାଯାଇଛି ବୋଲି ସୁଚନା ଦେଇଛନ୍ତି ଶ୍ରୀ ପାଣିଗ୍ରାହୀ ।

Get real time updates directly on you device, subscribe now.