fbpx

ଖୁସି ଖବର : ରାଜ୍ୟରେ ଆଜି ୪୦୮୯ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୭।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୦୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୭୧ ହଜାର ୨୦୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୩୩୭, କଳାହାଣ୍ଡିରୁ ୩୨୩, ଝାରସୁଗୁଡ଼ାରୁ ୨୫୩, ନୂଆପଡ଼ାରୁ ୨୫୧, ପୁରୀରୁ ୨୧୯, ବରଗଡ଼ରୁ ୨୦୨, ସମ୍ବଲପୁରରୁ ୧୯୮, କଟକରୁ ୧୯୩, ବଲାଙ୍ଗୀରରୁ ୧୬୯, ନବରଙ୍ଗପୁରରୁ ୧୨୯, ଗଞ୍ଜାମରୁ ୧୦୭ ଜଣ ଥିବା ବେଳେ, ମୟୂରଭଞ୍ଜରୁ ୧୦୦, ବାଲେଶ୍ବରରୁ ୯୮, କେନ୍ଦୁଝରରୁ ୯୩, ଯାଜପୁରରୁ ୯୦, ରାୟଗଡ଼ାରୁ ୭୧, ନୟାଗଡ଼ରୁ ୫୭, ଗଜପତିରୁ ୫୧, ଅନୁଗୁଳରୁ ୪୬, ସୋନପୁରରୁ ୪୩, ଜଗତସିଂହପୁରରୁ ୩୮, କେନ୍ଦ୍ରାପଡ଼ାରୁ ୨୯, ଭଦ୍ରକରୁ ୨୭, କୋରାପୁଟରୁ ୨୬, ଦେବଗଡ଼ରୁ ୨୫, କନ୍ଧମାଳ ଓ ମାଲକାନଗିରିରୁ ୧୮ ଜଣ ଲେଖାଏଁ, ବୌଦ୍ଧରୁ ୧୪, ଢେଙ୍କାନାଳରୁ ୮ ଓ ଷ୍ଟେଟ୍ ପୁଲରୁ ୧୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Get real time updates directly on you device, subscribe now.