fbpx

ଏପ୍ରିଲରେ ୧,୪୧,୩୮୪ କୋଟିର ଜିଏସଟି ସଂଗ୍ରହ: ଲଗାତାର ୭ମ ମାସରେ ୧ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆ ଦିଲ୍ଳୀ, ୦୨/୦୫: ଏପ୍ରିଲରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶର ସ୍ଥିତି ସଂଙ୍ଗୀନ ରହିଥିଲା  । ସେପଟେ ଅନେକ ରାଜ୍ୟରେ କରୋନାକୁ ନେଇ ଲକଡାଉନ ଲଗାଯାଇଛି । ତେବେ ଏହାପରେ ମଧ୍ୟ ଏପ୍ରିଲ ମାସରେ ଜିଏସଟି କଲେକ୍ସନ ର ନୂଆ ରେକର୍ଡ ରହିଛି । ଲଗାତାର ୭ମ ମାସରେ ୧ ଲକ୍ଷ କୋଟି ରହିଛି ।

ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ କଲେକ୍ସନ:

ଏପ୍ରିଲ ୨୦୨୧ରେ ସରକାରଙ୍କ ମୋଟ ଜିଏସଟି କଲେକ୍ସନ ୧,୪୧,୩୮୪ କୋଟି ରହିଛି । ଯାହା ଦେଶରେ ଏ ପର୍ଯ୍ୟନ୍ତ କୌଣସି ଏକ ମାସରେ ସବୁଠାରୁ ଅଧିକ ଜିଏସଟି କଲେକ୍ସନ । ପୂର୍ବରୁ ମାର୍ଚ୍ଚ ୨୦୨୧ ରେ ୧.୨୪ ଲକ୍ଷ କୋଟିର ଜିଏସଟି କଲେକ୍ସନର ରେକର୍ଡ ଭାଙ୍ଗିଛି ।

ଜିଏସଟି କଲେକ୍ସନର ତିନି ଭାଗ ହୋଇଥାଏ । ପ୍ରଥମ କେନ୍ଦ୍ରୀୟ ଜିଏସଟି(ସିଜିଏସଟି), ଦ୍ୱିତୀୟ ରାଜ୍ୟ ଜିଏସଟି (ଏସଜିଏସଟି), ଏବଂ ତୃତୀୟ ଇଣ୍ଟିଗ୍ରେଟେଡ ଜିଏସଟି(ଆଇଜିଏସଟି)  । ଏପ୍ରିଲରେ ସିଜିଏସଟି କଲେକ୍ସନ ୨୭,୮୩୭ କୋଟି ରହିଛି ସେହିଭଳି ଏସଜିଏସଟି କଲେକ୍ସନ ୩୫,୬୨୧ କୋଟି ରହିଛି ।

ଆଇଜିଏସଟିରେ ୬୮,୪୮୧ କଲେକ୍ସନ:

ଦୁଇ ରାଜ୍ୟ ମଧ୍ୟରେ ହେଉଥିବା ବାଣିଜ୍ୟରୁ ଆଇଜିଏସଟି ଆଦାୟ କରାଯାଇଥାଏ । ଏପ୍ରିଲରେ ସରକାରଙ୍କ ଆଇଜିଏସଟି କଲେକ୍ସନ ୬୮,୪୮୧ କୋଟି ରହିଛି । ଏଥିରେ ବସ୍ତୁର ଆମଦାନୀ କର ଉନରେ ଲାଗୁଥିବା ଶୁଳ୍କ ବାବଦକୁ ୨୯,୫୯୯ କୋଟି ଟଙ୍କା ରହିଛି ।

ସେସ କର ବାବଦକୁ ୯,୪୪୫ କୋଟି କଲେକ୍ସନ:

ଏହା ଛଡା ଜିଏସଟି ବ୍ୟବସ୍ଥାରେ ସରକାର ବିଳାସପୂର୍ଣ୍ଣ ଜିନିଷ ଉପରୁ ଜିଏସଟିର ଉଚ୍ଚା ଦର ସହ ଉପକର (ସେସ) ମଧ୍ୟ ଆଦାୟ କରିଥିଲେ । ସେସ ବାବଦକୁ  ଏପ୍ରିଲରେ ସରକାର ୯,୪୪୫ କୋଟି ଆଦାୟ କରିଛନ୍ତି । ଏଥିରେ ଆମଦାନୀ କର ୯୮୧ କୋଟି ଟଙ୍କା ସାମିଲ ରହିଛି ।

ମାର୍ଚ୍ଚଠାରୁ ୧୪% ଅଧିକ କଲେକ୍ସନ:

ବିତ୍ତ ମନ୍ତ୍ରାଳୟ ଖବର ଅନୁସାରେ ଏପ୍ରିଲର ଜିଏସଟି କଲେକ୍ସନ ପୂର୍ବ ଛଅ ମାସର ଜିଏସଟି କଲେକ୍ସନ ଠାରୁ ଭଲ ରହିଛି । ଏହା ମାର୍ଚ୍ଚର କଲେକ୍ସନ ଠାରୁ ୧୪ % ଅଧିକ ରହିଛି । ସେହିଭଳି ଲଗାତାର ୭ମ ମାସରେ ସରକାରଙ୍କ ଜିଏସଟି ଗୋଟିଏ ମାସରେ ୧ ଲକ୍ଷ କୋଟି ପାର କରିଛି ।

Get real time updates directly on you device, subscribe now.