fbpx

ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ କେତେ ହେଲା ମହଙ୍ଗା

ନୂଆଦିଲ୍ଲୀ, ୪ା୫: ବର୍ତ୍ତମାନ ସମୟରେ ଦେଶରେ କରୋନା ସଂକଟ ଲାଗି ରହିଥିବା ବେଳେ ପୁଣି ତୈଳ ଦର ବୃଦ୍ଧି ପାଇଛି । ୧୮ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ୍ ସ୍ଥିର ରହିବା ପରେ ଆଜି ପୁଣି ଦାମ ପରିବର୍ତ୍ତନ ହୋଇଛି । ଆଜି ତୈଳ ଦର ୧୫ରୁ ୨୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ୯୯.୫୫ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ୮୦.୯୧ ଟଙ୍କା ରହିଛି । ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲର ଦାମ ବୃଦ୍ଧି ଜନସାଧାରଣଙ୍କର ସମସ୍ୟାକୁ ବଢ଼ାଇ ଦେଇଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ୯୦.୯୫ ଟଙ୍କା ରହିଥିବା ବେଳେ ଡିଜେଲ ୮୭.୯୮ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ୯୨.୫୫ ଟଙ୍କା ଓ ଡିଜେଲ ୮୫.୯୦ ଟଙ୍କା, କୋଲକାତାରେ ପେଟ୍ରୋଲ ୯୦.୭୬ ଟଙ୍କା ଓ ଡିଜେଲ ୮୩.୭୮ ଟଙ୍କା ରହିଥିବା ଜଣାପଡ଼ିଛି । ଆଜି ସକାଳ ୬ଟା ପରଠାରୁ ଦେଶର ତିନି ତୈଳ କମ୍ପାନୀ ଏଚପିସିଏଲ, ବିପିସିଏଲ ଓ ଆଇସିଏଲ ନୂଆ ରେଟ୍ ଜାରି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.