fbpx

ରାଜ୍ୟ ସରକାରଙ୍କ ଘୋଷଣା: ନିୟମିତ ହେବେ ସମସ୍ତ ମେଡିକାଲ ଷ୍ଟାଫ୍

ଚେନ୍ନାଇ, ୪ା୫: ସାରା ଦେଶରେ କରୋନା ମହାମାରୀର ପ୍ରକୋପ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଦୈନିକ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ହସ୍ପିଟାଲରେ ମେଡିକାଲ ଷ୍ଟାଫ୍ ଓ ବେଡର ଅଭାବ ଦେଖାଦେଉଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁରେ ଠିକାରେ ଥିବା ନର୍ସଙ୍କୁ ସରକାର ରେଗୁଲାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୧୫-୧୬ ମସିହାରେ ୧୨୧୨ ଜଣ ନର୍ସ ମେଡିକାଲ ବୋର୍ଡ ପରୀକ୍ଷା ଦେଇ ନିଯୁକ୍ତି ପାଇଥିଲେ । ଏହି ନର୍ସମାନଙ୍କ କଣ୍ଟ୍ରାକ୍ଟ ପିରିଅଡ୍ ମେ ୫ ତାରିଖରେ ସମାପ୍ତ ହୋଇଛି । ତେଣୁ ମେ ୧୦ ତାରିଖରେ ଏହି ନର୍ସମାନେ ନୂତନ ଭାବେ କାର୍ଯ୍ୟରେ ଯୋଗଦେବେ । କରୋନା ସଙ୍କଟ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଚେନ୍ନାଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.