fbpx

ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ କରୋନା ପଜିଟିଭ୍

ମୁମ୍ବାଇ,୪ା୫ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନେକ ବଲିଉଡ୍ ସେଲିବ୍ରିଟି ଏଥିରେ ସଂକ୍ରମିତ ହେଉଛନ୍ତି । ଖାଲି ସେ ନୁହନ୍ତି ଅନେକ ନେତା, ରାଜନେତା ମଧ୍ୟ ଏଥିରେ ସଂକ୍ରମିତ ହୋଇ ପ୍ରାଣ ମଧ୍ୟ ହରାଉଛନ୍ତି । ଏହା ମଧ୍ୟରେ ଜଣାପଡିଛି ଯେ, ଦୀପିକା ପାଦୁକୋନଙ୍କ ବାପା ତଥା ପୁର୍ବତନ ବ୍ୟାଡମିଣ୍ଟନ୍ ଖେଳାଳୀ ପ୍ରକାଶ ପାଦୁକୋନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଏବେ ବ୍ୟାଙ୍ଗଲୁରୁ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖାଲି ତାଙ୍କ ବାପା ନୁହନ୍ତି ବରଂ ଦୀପିକାଙ୍କ ମା ଉଜ୍ଜଳା ପାଦୁକୋନ ଏବଂ ଭଉଣୀ ଅନୀଶା ପାଦୁକୋନ ମଧ୍ୟ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ପୁରା ପରିବାର ଏବେ କରୋନା କବଳକୁ ଚାଲି ଯାଇଛନ୍ତି । ହସ୍ପିଟାଲରେ ପ୍ରକାଶ ପାଦୁକୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ବେଳେ ବିଭିନ୍ନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏବେ ସେ ଅଛନ୍ତି ।

Get real time updates directly on you device, subscribe now.