fbpx

କଙ୍ଗନାକୁ ସ୍ୱାଗତ କଲା ‘କୁ’

ନୂଆ ଦିଲ୍ଲୀ,୦୫/୦୫: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ବିବାଦରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ କଙ୍ଗାନ ରଣାୱତ । ତେବେ ଗତକାଲି ସେଭଳି ଏକ ବିବାଦୀୟ ଟ୍ୱିଟ କରି ପୁଣି ବିବାଦ ଘେରକୁ ଆସିଛନ୍ତି । ଖାଲି ସେତିକି ନୁହେଁ ତାଙ୍କର ଏହି ବିବାଦୀୟ ଟ୍ୱିଟ ଯୋଗୁଁ କଙ୍ଗାନାଙ୍କର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ସସପେଣ୍ଡ କରାଯାଇଛି ।
ସେପଟେ କଙ୍ଗନା ଏବେ ସ୍ୱଦେଶୀ ଆପ୍ ‘କୁ’ ରେ ଯୋଗଦେଇଛନ୍ତି । ‘କୁ’ ମଧ୍ୟ ତାଙ୍କ ସ୍ୱାଗତ କରିବା ସହ ‘ଏହା ଆପଣଙ୍କର ଘର ବୋଲି କହିଛି’ ।
‘କୁ’ ର ସହ ପ୍ରତିଷ୍ଠାତା ମୟଙ୍କ ଏକ ପୋଷ୍ଟ କରି କଙ୍ଗାନାକୁ ସ୍ୱାଗତ କରିବା ସହ “ ଏହା ଆପଣଙ୍କର ଘର ଏବଂ, ଏଠାର ଆପଣ ନିଜର ବିଚାର ସମସ୍ତଙ୍କ ସାମ୍ନାରେ ରଖିପାରିବେ” ବୋଲି କହିଛନ୍ତି ।
ସୂଚନା ଯୋଗ୍ୟ, ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସେଠାରେ ହୋଇଥିବା ହିଂସାକାଣ୍ଡକୁ ନେଇ କଙ୍ଗନା ଟ୍ୱିଟରେ ମୋଦୀଙ୍କୁ ସମାଲୋଚନା କରିଥିଲେ । ଆଉ ତାଙ୍କର ଏଭଳି ପ୍ରତିକ୍ରିୟାକୁ ନେଇ ବିବାଦ ତେଜିବାରେ ଲାଗିଥିଲା ଫଳରେ ଟ୍ୱିଟର ତାଙ୍କୁ ଆକାଉଣ୍ଟକୁ ସସପେଣ୍ଡ କରିଛି ।

Get real time updates directly on you device, subscribe now.