fbpx

ପୋଲିସ ଉପସ୍ଥିତିରେ ପେଟ୍ରୋଲ୍ ଏବଂ ଟାୟାର୍ ଜାଳି କରୁଥିଲେ ଶବ ସତ୍କାର, ଭିଡିଓ ଭାଇରାଲ୍ ପରେ ଆକ୍ସନ ମୋଡକୁ ଆସିଲା ପ୍ରଶାସନ

ବାଲ୍ଲିଆ : ଗଙ୍ଗାନଦୀରେ ଏକାଧିକ ଶବ ଭାସିବା ଘଟଣା ସାମନାକୁ ଆସିବା ପରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଘାଟରେ ପୋଲିସ୍ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଛି । ସେମାନଙ୍କୁ ଏହି ଘଟଣା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି । ପୋଲିସ୍ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ଯେପରି କୌଣସି ଲୋକ ଶବକୁ ପାଣିରେ ବିସର୍ଜନ ନ କରନ୍ତି । ତେବେ ଏହା ଭିତରେ ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓ ଘୁରି ବୁଲୁଛି ଯାହା ପରେ ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି ।

ଖବର ଅନୁସାରେ, ଉତ୍ତରପ୍ରଦେଶର ବାଲ୍ଲିଆ ଅଞ୍ଚଳରେ ଥିବା ମାଲଦେପୁର ଘାଟରେ କିଛି ପୋଲିସ୍ ଅଧିକାରୀଙ୍କୁ ଶବ ସତ୍କାର ଉପରେ ନଜର ରଖିବାକୁ ମୁତୟନ କରାଯାଇଥିଲା । ହେଲେ ସେମାନଙ୍କ ଉପସ୍ଥିତିରେ ଗୋଟିଏ ଶବକୁ କାଠରେ ନ ପୋଡି ପେଟ୍ରୋଲ ଏବଂ ଟାୟାର ଜାଳି ପୋଡୁଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ ସ୍ଥାନରେ ଥିବା ପୋଲିସ୍ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କ ଆଖି ଆଗରେ ଏପରି ହେଉଥିଲେ ମଧ୍ୟ କୌଣସି ପ୍ରକାର ବାଧା ସୃଷ୍ଟି ନ କରି ତାକୁ ସମର୍ଥନ କରୁଥିବାରୁ ବାଲ୍ଲିଆ ପୋଲିସର ୫ ଜଣ ଅଫିସରଙ୍କୁ ସସପେଣ୍ଡ କରାଯାଇଛି ।

Get real time updates directly on you device, subscribe now.