fbpx

କରୋନା ପ୍ରଟୋକଲ ଉଲ୍ଲଂଘନ କରି ମୁସ୍କିଲରେ କୁଲଦୀପ ଯାଦବ, ଯାଂଚ ଆଦେଶ ଦେଲେ ଜିଲ୍ଲାପାଳ

କାନପୁର ୧୯ ।୦୫: ଭାରତୀୟ ଦଳରୁ ବାଦ୍‌ ପଡିଥିବା ସ୍ପିନର କୁଲଦୀପ ଯାଦବ ମୁସ୍କିଲରେ ପଡି ଯାଇଛନ୍ତି । ନିକଟରେ ଏହି ଚାଇନାମ୍ୟାନ୍ ବୋଲର ଟିକାର ପ୍ରଥମ ଡୋଜ୍ ନେଇଥିଲେ । ହେଲେ ସେ କରୋନା ନିୟମର ଉଲ୍ଲଂଘନ କରି ଲନରେ ଟିକା ନେଇଥିଲେ । ଏହି ମାମଲାରେ କାନପୁର ଜିଲ୍ଲାପାଳ ଯାଂଚ ଆଦେଶ ଦେଇଛନ୍ତି ।

ଜିଲ୍ଲାପାଳ କୁଲଦୀପ ଯାଦବଙ୍କୁ କୋଭିଡ୍ ଟିକାକରଣ ସମୟରେ ନିର୍ଦ୍ଧାରିତ ପ୍ରଟୋକଲର ବୀପରିତ ଭିଆଇପି ଟ୍ରିଟମେଂଟ ଦିଆଯିବା ନେଇ ଯାଂଚ ଆଦେଶ ଦେଇଛନ୍ତି । କୁଲଦୀପ ମେ ୧୫ରେ ଟିକାର ପ୍ରଥମ ଡୋଜ୍ ନେଉଥିବାର ଫଟୋ ଟୁଇଟରେ ପୋଷ୍ଟ କରି ଅନ୍ୟଙ୍କୁ ଟିକା ନେବାକୁ ଅପିଲ୍ କରିଥିଲେ ।

ବାମହାତୀ ଚାଇନାମ୍ୟାନ ବୋଲର କୁଲଦୀପ ହସ୍ପିଟାଲ ବଦଳରେ ଏକ ଲନରେ ଟିକା ନେଉଥିବା ଫଟୋରେ ଦେଖିବାକୁ ମିଳିଛି । ଏହା ଟିକାକରଣ ପ୍ରଟୋକଲର ଉଲ୍ଲଂଘନ କରୁଛି । କାନପୁର ଜିଲ୍ଲାପାଳ ଆଲୋକ ତିୱାରୀ ଅତିରିକ୍ତ ଜିଲ୍ଲାପାଳ ଅତୁଲ କୁମାରଙ୍କୁ ମାମଲାର ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି ।

ଜଣେ ଅଧିକାରୀ କହିଛନ୍ତି, କୁଲଦୀପଙ୍କୁ ଗୋବିନ୍ଦ ନଗର ସ୍ଥିତ ଜାଗେଶ୍ୱର ହସ୍ପିଟାଲରେ ଟିକା ନେବାର ଥିଲା । ମାତ୍ର ସେ କାନପୁର ନଗର ନିଗମ ଗେଷ୍ଟ ହାଉସର ଲନରେ ଟିକା ନେଇଥିଲେ । କୁଲଦୀପଙ୍କ ଟୁଇଟ୍ ଦେଖିବା ପରେ ଲୋକଙ୍କ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପରି ବ୍ୟକ୍ତି ଟିକା ଲଗାଇବାକୁ ହସ୍ପିଟାଲ ଯାଉଛନ୍ତି । କିନ୍ତୁ କୁଲଦୀପ ଯାଦବଙ୍କ ପାଇଁ ପ୍ରଟୋକଲ କେମିତି ଉଲ୍ଲଂଘନ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

 

Get real time updates directly on you device, subscribe now.