fbpx

ପିତାଙ୍କର ସାରା ଜୀବନର ରୋଜଗାରକୁ ପାଣିରେ ପକାଇଲା ପୁତ୍ର: ବିଶ୍ୱାସରେ ବିଷ ଦେଇ ୪ କୋଟି ଲୁଟି ହେଲା ଫେରାର୍, ତା’ପରେ….

ନୂଆଦିଲ୍ଲୀ: ଆମ ସମାଜରେ ପିତା ଆଉ ପୁତ୍ରଙ୍କର ସମ୍ପର୍କ ବହୁତ ଉଚ୍ଚରେ । ମାତ୍ର ଯଦି ଏହି ସମ୍ପର୍କରେ କଳଙ୍କର ଦାଗ ଲାଗେ, ତେବେ ବୁଝିବାକୁ ହେବ ଯେ ରକ୍ତଗତ ସମ୍ପର୍କର କୌଣସି ମୂଲ୍ୟ ନାହିଁ । ଜଣେ ପୁତ୍ର ନିଜର ବିଳାସବ୍ୟସନ ପାଇଁ ପିତାଙ୍କୁ ୪ କୋଟି ଟଙ୍କା ଠକିଛି । ଯୁବକ ଜଣକ ଏହି ଠକାମି ପଇସାରେ ଜୁଆ ଖେଳିବା, ମହଙ୍ଗା ଗାଡ଼ି କିଣିବା ଆଦିରେ ଉଡ଼ାଇଥିବା ଜଣାପଡ଼ିଛି ।

ଏହି ଘଟଣାଟି ବ୍ରିଟେନରେ ଘଟିଛି । ଜଣେ ପୁତ୍ର ନିଜ ପିତାଙ୍କର ସାରା ଜୀବନକୁ ରୋଜଗାରକୁ ପାଣିରେ ମିଳାଇ ଦେଇଛି । ପିଟର ନିଜ ପୁତ୍ରକୁ ବୁହତ ଭଲପାଇବା ସହ ବିଶ୍ୱାସ କରି ନିଜର ସମସ୍ତ ବ୍ୟାଙ୍କ କାରବାରର ଦାୟିତ୍ୱ ପୁଅ ଉପରେ ଛାଡ଼ିଥିଲେ । ପିଟର ଯେତେବେଳେ ନିଜର ବ୍ୟାଙ୍କ ବାଲାନ୍ସ ଚେକ୍ କରିଥିଲେ, ସେତେବେଳେ ସେ ଏନେଇ ଅବଗତ ହୋଇଥିଲେ । ମାତ୍ର ସେତେବେଳକୁ ସବୁ ଖତମ୍ ହୋଇଯାଇଥିଲ । ପୁତ୍ର ଜଣକ ଠକାମି କରି ଫେରାର୍ ହୋଇଯାଇଥିଲେ । ପୁତ୍ର ଜଣକ କୋଟି କୋଟି ଟଙ୍କା ଜୁଆରେ ଉଡ଼ାଇବା ସହ ୮୨ ଲକ୍ଷ ଟଙ୍କାର ଦାମି ରେଞ୍ଜ ରୋଭର କିଣିଥିଲେ । ତେବେ ଏହି ଘଟଣା ପରେ ପୁତ୍ର ଜଣକ ପିତାଙ୍କୁ କ୍ଷମା ମାଗିଥିଲେ ମଧ୍ୟ ପିତା ତାଙ୍କୁ କ୍ଷମା କରିନଥିବା ଜଣପଡ଼ିଛି ।

Get real time updates directly on you device, subscribe now.