fbpx

ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କ ଡାଟା ଲିକ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ପାସେଞ୍ଜର ସର୍ଭିସ ସିଷ୍ଟମ ଉପରେ ବଡ଼ ଧରଣର ସାଇବର ଆଟାକ ହୋଇଛି । ଏୟାର ଇଣ୍ଡିଆ ଅନୁଯାୟୀ କଂପାନୀର ଡାଟା ପ୍ରୋସେସର କଂପାନୀ ସୀତା ପାସଞ୍ଜେର ସର୍ଭିସ ସିଷ୍ଟମରୁ କିଛି ନିର୍ଦ୍ଧିଷ୍ଟ ଲୋକଙ୍କର ତଥ୍ୟ ଲିକ ହୋଇଛି । ଏହି ସାଇବର ଆଟାକ ସମଗ୍ର ଦେଶରେ ୪୫ ଲକ୍ଷ ଯାତ୍ରୀଙ୍କର ତଥ୍ୟର ସୁରକ୍ଷାକୁ ପ୍ରଭାବିତ କରିଛି ।

ଏୟାର  ଇଣ୍ଡିଆ ପାସେଞ୍ଜର ସର୍ଭିସ ସିଷ୍ଟମରେ ୨୬ ଅଗଷ୍ଟ ୨୦୧୧ ଠାରୁ ୩ ଫେବୃଆରୀ ୨୦୨୧ ମଧ୍ୟରେ ପଞ୍ଜୀକୃତ ହୋଇଥିବା ବିଶ୍ୱର ପ୍ରାୟ ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟ ଉପରେ ସାଇବର ଆଟାକ ହୋଇଛି । ଯେତେବେଳେକି ଏଆର ଇଣ୍ଡିଆକୁ ଏହାର ସୂଚନା ୨୫ ଫେବୃଆରୀରେ ମିଳିଥିଲା । ଲିକ୍ ହୋଇଥିବା ତଥ୍ୟ ମଧ୍ୟରେ ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଯେମିତିକି ଯାତ୍ରୀଙ୍କ ନାମ, ଜନ୍ମ ତାରିଖ, ମୋବାଇଲ ନମ୍ବର, ଠିକଣା, ପାସପୋର୍ଟ ନମ୍ବର, ଟିକେଟ ତଥ୍ୟ, ଷ୍ଟାର ଆଲାଏନ୍ସ ଏବଂ ଏୟାର ଇଣ୍ଡିଆର ଯାତ୍ରୀ ଏବଂ ସେମାନଙ୍କର କ୍ରେଡିଟ କାର୍ଡ ଡାଟା ତଥ୍ୟ ରହିଛି ।

ସେପଟେ ଏୟାର ଇଣ୍ଡିଆ ଏହି ଘଟଣାରେ ନିଜର ପକ୍ଷ ରଖି କହିଛି ଯାତ୍ରୀଙ୍କର କ୍ରେଡିଟ କାର୍ଡ ତଥ୍ୟ ସହ ସେମାନଙ୍କର କ୍ରେଡିଟ କାର୍ଡର ସିଭିଭି ନମ୍ବରର ତଥ୍ୟ ଚୋରି ହୋଇନଥିବା କହିଛି । ଏହା ସହ ବାରମ୍ବାର ଯାତ୍ରା କରୁଥିବା ଯାତ୍ରୀଙ୍କର ପାସୱାର୍ଡ ତଥ୍ୟ ମଧ୍ୟ ଚୋରି ହୋଇନାହିଁ । ଏୟାର ଇଣ୍ଡିଆ ଯାଞ୍ଚ ନିର୍ଦ୍ଧେଶ ଦେଇଛି । ଏୟାର ଇଣ୍ଡିଆ ପାସେଞ୍ଜର ଡାଟାକୁ ଝଓଞଇ ଚଝଝ ପରିଚାଳିତ କରିଥାଏ ।

ସୂତ୍ରରୁ ପ୍ରକାଶିତ ଏହି ସୀତା ପାସେଞ୍ଜର ସର୍ଭିସ ସିଷ୍ଟମ ଉପରେ ହୋଇଥିବା ସାଇବର ଆଟାକ ଉପରେ ଅନ୍ୟ ଏୟାରଲାଇନ୍ସର ଯାତ୍ରୀଙ୍କ ତଥ୍ୟ ମଧ୍ୟ ପ୍ରଭାବିତ ହୋଇଛି ଯେଉଁଥିରେ ଏୟାର ନିୟୁଜିଲାଣ୍ଡ ସହିତ ମାଲେସିଆ ଏବଂ ଥାଇ ଏୟାରଲାଇନ୍ସ ମଧ୍ୟ ସାମିଲ ରହିଛି ।

Get real time updates directly on you device, subscribe now.