fbpx

ବଜାରରେ ମିଳୁଥିବା ଘିଅ ଅସଲି ନା ନକଲି ? ଜାଣିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଭୁବନେଶ୍ୱର : ଦେଶୀ ଘିଅ ବିନା ଭାରତୀୟ ଖାଦ୍ୟର ମଜା ଆସେ ନାହିଁ । ପୁରାତନ କାଳରୁ ଏହି ଦେଶୀ ଘିଅ ମିଶିଥିବା ଖାଦ୍ୟ ଭାରତୀୟ ମାନେ ଖାଇ ଆସୁଛନ୍ତି । ତେବେ ଦେଶୀ ଘିଅ ମିଶ୍ରିତ ଖାଦ୍ୟ ଖାଇବାକୁ ସ୍ୱାଦିଷ୍ଟ କରିବା ନୁହେଁ ବରଂ ଏହାକୁ ଆୟୁବେର୍ଦିକ ଚିକିତ୍ସା ରୂପରେ ମଧ୍ୟ ବ୍ୟବହାର କରାଯାଏ । ଡାଲି କିମ୍ବା ତରକାରୀରେ ଛୁଙ୍କ ଦେବା ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ରୋଗକୁ ଦୂର କରିବା ପାଇଁ ମଧ୍ୟ ଘିଅର ବ୍ୟବହାର ହୋଇଥାଏ । ତେବେ ଏହି ସବୁ ସେତେବେଳେ ସମ୍ଭବ ଯେତେବେଳେ ଘିଅ ଅସଲି ହୋଇଥିବ । ବର୍ତ୍ତମାନ ସମୟରେ ବଜାରରେ ଏପରି ଅନେକ ଘିଅ ଉପଲବ୍ଧ ହେଉଛି ଯାହା ସମ୍ପୂର୍ଣ୍ଣ ନକଲି । ବିଭିନ୍ନ ପ୍ରକାରର କେମିକାଲ୍ ମିଶାଇ ଘିଅ ପ୍ରସ୍ତୁତ କରାଯାଉଛି । ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ଚାଲନ୍ତୁ ଜାଣିବା ଆମେ କିଣୁଥିବା ଘିଅ ଅସଲି ନା ନକଲି ।

ଘିଅକୁ ଆଣି ଗରମ କରନ୍ତୁ-

ଯେତେବେଳେ ଆପଣ ବଜାରରୁ କୌଣସି ବ୍ରାଣ୍ଡର ଘିଅ କିଣି ଘରକୁ ଆଣୁଛନ୍ତି । ପ୍ରଥମେ ସେଥିରୁ ୪ ରୁ ୫ ଚାମଚ ଘିଅକୁ କଡେଇରେ ପକାଇ ଗରମ କରନ୍ତୁ । ଆଉ ତାପରେ ସେହି କଡେଇକୁ ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ସେହି ଅବସ୍ଥାରେ ଛାଡି ଦିଅନ୍ତୁ । ଆଉ ୨୪ ଘଣ୍ଟାପରେ ଯଦି ସେହି ଘିଅ ବାସ୍ନା ହୁଏ କିମ୍ବା ଗୋଟାଗୋଟା ରୁହେ ତେବେ ଆପଣ ଜାଣିବେ ଯେ ଘିଅ ଅସଲି । ଆଉ ଯଦି ଏହିସବୁ କିଛି ନ ହୁଏ ତେବେ ଏହାକୁ ଖାଇବାରେ ଆଦୌ ବ୍ୟବହାର କରନ୍ତୁ ନାହିଁ । ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ ଆଉ ଏହା ନକଲି ମଧ୍ୟ ହୋଇପାରେ ।

ଲୁଣ ମିଶାଇ ଯାଞ୍ଚ କରନ୍ତୁ ଘିଅର ରଙ୍ଗ-

ଆପଣ ମାନେ ଦେଶୀ ଘିଅର ଯାଞ୍ଚ କରିବା ପାଇଁ ଲୁଣର ବ୍ୟବହାର କରିପାରନ୍ତି । ଏଥିପାଇଁ ଆପଣ ଗୋଟିଏ ପାତ୍ରରେ ଦୁଇ ଚାମଚ ଘିଅ ନେଇ ସେଥିରେ ଅଳ୍ପ କିଛି ଲୁଣ ପକାନ୍ତୁ । ଏହାପରେ ତାକୁ ୨୦ ମିନିଟ୍ ଯାଏ ଅଲଗା ରଖିଦିଅନ୍ତୁ । ୨୦ ମିନିଟ୍ ପରେ ତାର ରଙ୍ଗକୁ ଯାଞ୍ଚ କରନ୍ତୁ । ଯଦି ଘିଅର ରଙ୍ଗ ଛାଡିନି ତେବେ ଜାଣିବେ ଯେ, ଘିଅ ଅସଲି । ଆଉ ଯଦି ଘିଅର ରଙ୍ଗ ଛାଡୁଥିବା ଦେଖିବାକୁ ପାଇବେ ତେବେ ତାହା ନକଲି ବୋଲି ସ୍ପଷ୍ଟ ହୋଇଯିବେ ।

ଅସଲି ନକଲି ଜାଣିବାରେ ପାଣିର ସାହାଯ୍ୟ ନିଅନ୍ତୁ-

ଗୋଟିଏ ଗ୍ଲାସ୍ ରେ ପାଣିରେ ନେଇ ସେଥିରେ ଗୋଟିଏ ଚାମଚ ଘିଅ ମିଶାନ୍ତୁ । ଯଦି ଘିଅ ପାଣି ଉପରେ ଆସି ଭାସେ ତେବେ ଆପଣ ଜାଣିବେ ଯେ, ଘିଅ ଅସଲି । ଆଉ ଯଦି ତଳେ ବସିଯାଏ ତେବେ ତାହା ନକଲି ହୋଇପାରେ ।

Get real time updates directly on you device, subscribe now.