fbpx

ଶରୀରର ପ୍ରାଇଭେଟ୍ ପାର୍ଟ ଉପରେ ପ୍ରଭାବ ପକାଉଛି ବ୍ଲାକ୍ ଫଙ୍ଗସ୍, ହୋଇପାରେ ଫଙ୍ଗଲ୍ ଇନଫେକ୍ସନ୍: ବିଶେଷଜ୍ଞ

ନୂଆଦିଲ୍ଲୀ : କୋଭିଡ୍-୧୯ ଭୁତାଣୁ ପରେ ଏବେ ଲୋକଙ୍କୁ ସଂକ୍ରମିତ କରୁଛି ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ । ଯାହାର କବଳରେ ଏବେ ଭାରତବାସୀ ଧୀରେ ଧୀରେ ସଂକ୍ରମିତ ହେବାରେ ଲାଗିଛନ୍ତି । ତେବେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥିବାବେଳେ ପ୍ରତିଦିନ ବିଶେଷଜ୍ଞ ମାନେ ଏହାକୁ ନେଇ ନୂଆ ନୂଆ ଲକ୍ଷଣ ଉପରୁ ପରଦା ହଟାଉଛନ୍ତି । ସେହିପରି ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥାର ଖୁଲାସା ହୋଇଛି ।

ବିଶେଷ କରି ବ୍ଲାକ୍ ଫଙ୍ଗସ୍ ସେହି ମାନଙ୍କୁ ଅଧିକ ସଂକ୍ରମିତ କରୁଛି ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥାଏ । ସେହି ବର୍ଗର ଲୋକଙ୍କ ଉପରେ ଏହା ଅତ୍ୟଧିକ କ୍ଷତି ପହଞ୍ଚାଉଥିବା କହିଛନ୍ତି ବିଶେଷଜ୍ଞ । ଏହା ବୃକକକୁ ମଧ୍ୟ ସଂକ୍ରମଣ କରିପାରେ । ତେବେ ଡ. ରଣଦୀପ ଗୁଲେରିୟା ବ୍ଲାକ୍ ଫଙ୍ଗସ୍ କୁ ସଂକ୍ରାନ୍ତରେ କହିଛନ୍ତି ଯେ, ଏହା ଶରୀରର ପ୍ରାଇଭେଟ୍ ପାର୍ଟ ବା ସମ୍ବେଦନଶୀଳ ଅଙ୍ଗରେ ମଧ୍ୟ ପ୍ରଭାବ ପକାଉଛି । ଏହା ଯୋଗୁଁ ସମ୍ବେଦନଶୀଳ ଅଙ୍ଗରେ ଫଙ୍ଗଲ୍ ଇନଫେକ୍ସନ୍ ହେଉଛି । ମ୍ୟୁକୋରମାଇକୋସିସ୍ କୁ ବିଶେଷ କରି ବାୟୁମଣ୍ଡଳରେ ରହିଥାଏ । ଖାସ୍ କରି ମାଟିରେ । ଏହା ଡିଆଁ ରୋଗ ନୂହେଁ । କୋଭିଡ୍ ରୁ ସୁସ୍ଥ ହେବାର ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବ୍ୟାପିଥାଏ । ଯେଉଁ ମାନଙ୍କୁ ଷ୍ଟେରୋଏଡ୍ ଦିଆଯାଇଥାଏ । ସେହି ମାନଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଏ ।

ପରୋକ୍ଷରେ ଏହା ସେହି ମାନଙ୍କୁ ବ୍ୟାପେ ଯେଉଁ ମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ । ଏହାର ଚିକିତ୍ସା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ । ଏହାର ମୁଖ୍ୟ ଲକ୍ଷଣ ହେଲା ନାକ ବନ୍ଦ ହୋଇଯିବା, ନାକରୁ ରକ୍ତ ବୋହିବା, ଆଖି କାଟିବା, ଦାଗ ହୋଇଯିବା, ଆଖିର ଗୋଟିଏ ପାଶ୍ୱର୍ ବିନ୍ଧିବା ଇତ୍ୟାଦି । ସେହିପରି ବ୍ଲାକ୍ ଫଙ୍ଗସ୍ ଅପରିଷ୍କାର ମାସ୍କ ପିନ୍ଧିବା ଦ୍ୱାରା ମଧ୍ୟ ବ୍ୟାପେ । କାରଣ ମାସ୍କକୁ ଏକାଧିକ ଥର ବ୍ୟବହାର କରିବା ଦ୍ୱାରା ସେଥିରେ ବ୍ୟାକ୍ଟେରିଆ ଜନ୍ମ ନିଅନ୍ତି । ଆଉ ସେହି ବ୍ୟାକ୍ଟେରିଆ ହିଁ ଫଙ୍ଗସ୍ ଇନଫେକ୍ସନ୍ ର କାରଣ ପାଲଟିଥାନ୍ତି । ଆହୁରି ମଧ୍ୟ ବ୍ଲାକ୍ ଫଙ୍ଗସ୍ ମହାମାରୀରେ ଦୃଷ୍ଟି ଶକ୍ତି ଚାଲିଯିବାର ଆଶଙ୍କା ରହିଥାଏ ବୋଲି ଡ. ଗୁଲେରିୟା କହିଛନ୍ତି ।

Get real time updates directly on you device, subscribe now.