fbpx

ମହିଳାଙ୍କୁ ଗଣଦୁଷ୍କର୍ମ, ଉଲଗ୍ନ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟରେ ଟାଙ୍ଗିଦେଲେ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସାରାଦେଶ ଛଟପଟ ହେଉଥିବାବେଳେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟରେ ଲୋକେ ନୟାନ୍ତ ହୋଇଗଲେଣି। ତେବେ ଏଭଳି ସଂକଟ କାଳରେ ମଧ୍ୟ ଅନେକ ସ୍ଥାନରୁ ବଡ଼ ଅଭାବନୀୟ ଘଟଣା ସମ୍ପର୍କରେ ଖବର ଆସୁଛି । ହଜି ଯାଉଛି ମାନବିକତା ଓ ବଡ଼ ନିଷ୍ଠୁର ହୋଇପଡୁଛନ୍ତି ଦୁର୍ବୃତ୍ତ । ଠିକ୍ ଏହଭଳି ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଖାଲି ସେତିକି ନୁହେଁ, ଅକଥନୀୟ ନିର୍ଯାତନା ଦିଆଯିବା ପରେ ପ୍ରାଣାନ୍ତକ ଆକ୍ରମଣ ସହ ଏକ ବିଦ୍ୟୁତ୍ ଖୁଣ୍ଟରେ ଉଲଗ୍ନ ଅବସ୍ଥାରେ ପୀଡ଼ିତାଙ୍କୁ ଝୁଲାଇ ଦେଲେ । ଏଭଳି ଲୋମଟାଙ୍କୁରା ଖବର ସମ୍ପ୍ରତି ସାରା ଦେଶରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି ।

ସୂଚନା ଅନୁସାରେ ସୋମବାର ସମ୍ପୃକ୍ତ ଗାଁରେ ଏକ ବିବାହ ଭୋଜି ହୋଇଥିଲା । ଏହି କାର୍ଯ୍ରକ୍ରମରେ ଟେଣ୍ଟ ଲଗାଇବା ଓ ବାଜା ବଜାଇବା ପାଇଁ କିଛି ଲୋକେ ବାହାରୁ ଆସିଥିଲେ । ତେବେ ମଙ୍ଗଳବାର ସକାଳେ ମହିଳା ଜଣଙ୍କ ଶୌଚ ହେବାପାଇଁ ଯାଇଥିବାବେଳେ ଏକୁଟିଆ ଅବସ୍ଥାରେ ପାଇଁ ବାହାରୁ ଆସିଥିବା କିଛି ଲୋକେ ତାଙ୍କୁ ଆକ୍ରମଣ କରିଥିଲେ । ମହିଳାଙ୍କ ଅଳଙ୍କାର ଓ ପିନ୍ଧାବସ୍ତ୍ର ଜୋର ଜବରଦସ୍ତ ଛଡ଼ାଇ ନେଇଥିଲେ । ଏହାକୁ ମହିଳା ଜଣଙ୍କ ବିରୋଧ କରିବାରୁ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ ଏବଂ ଜଣଙ୍କ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳାଜଣଙ୍କ ଅଚେତ ହୋଇଯିବା ପରେ ଅଭିଯୁକ୍ତମାନେ ଧରିନେଇଥିଲେ ଯେ ତାଙ୍କ ମୃତ୍ୟୁ ହୋଇଯାଇଛି । ବାସ୍, ଉଲଗ୍ନ ଅବସ୍ଥାରେ ତାଙ୍କୁ ଏକ ବିଜୁଳି ଖୁଣ୍ଟରେ ଟାଙ୍ଗା ଫେରାର ହୋଇଯାଇଥିଲେ ।

ସକାଳ ହେବା ପରେ ଗାଁ ଲୋକେ ଏଭଳି ଅଭାବନୀୟ ଘଟଣା ଦେଖି ବାହାରୁ ଆସିଥିବା ଲୋକଙ୍କୁ ସନ୍ଦେହ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଅଟକ ରଖିଥିଲେ । ପୋଲିସ୍ ପହଞ୍ôଚ ତନାଘନା କରିଥିବାବେଳେ ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କ ବୟାନ ରେକର୍ଡ କରାଯାଇପାରିନି । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବିହାରର ସମସ୍ତୀପୁର ଅନ୍ତର୍ଗତ ବିଭୂତିପୁରରେ । ସମ୍ପ୍ରତି ପୀଡ଼ିତା ମେଡିକାଲରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି ।

Get real time updates directly on you device, subscribe now.