fbpx

ଯୋଗ ଓ ଆୟୁର୍ବେଦରେ ସୁସ୍ଥ ହୋଇଛନ୍ତି ୯୦%, ଏଲୋପାଥିକରେ ସୁସ୍ଥ ହୋଇଛନ୍ତି ୧୦%: ବାବା ରାମଦେବ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ମଧ୍ୟରେ ଆୟୁର୍ବେଦିକ ଏବଂ ଏଲୋପାଥିକ୍ ମଧ୍ୟରେ ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଯୋଗଗୁରୁ ବାବା ରାମଦେବ ଏବଂ ଆଇଏମଏ ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆଇଏମଏ ପକ୍ଷରୁ ନୋଟିସ୍ ଜାରି କରାଯିବା ପରେ ପ୍ରଥମ ଥର ବାବା ରାମଦେବ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଯୋଗ ଓ ଆୟୁର୍ବେଦରେ ଦେଶରେ ୯୦ ପ୍ରତିଶତ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଉ ଏଲୋପାଥିକ୍ ଦ୍ୱାରା କେବଳ ୧୦ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗଣମାଧ୍ୟମରେ ଏ ସମ୍ପର୍କିତ ଟିପ୍ପଣୀରେ ସେ କହିଛନ୍ତି ଯେ, କରୋନା ସଙ୍କଟ ସମୟରେ ଲୋକ ମାନଙ୍କୁ ଯୋଗ ଏବଂ ନାଚୁରାଲ ଥେରାପିର ଅଧିକ ଆବଶ୍ୟକତା ରହିଛି । ଏହି ମହାମାରୀରୁ ଡାକ୍ତର ନୁହଁନ୍ତି ବରଂ ଯୋଗ ଏବଂ ନାଚୁରାଲ୍ ଥେରାପି ଆକ୍ରାନ୍ତ ମାନଙ୍କ ଜୀବନ ବଞ୍ଚାଇଛି । ଦୁର୍ବଳ ଫୁସଫୁସ୍, ଦୁର୍ବଳ ଯକୃତ ଏବଂ ହାର୍ଟ, ସ୍ନାୟୁ ପ୍ରଣାଳୀ, ଦୁର୍ବଳ ମନୋବଳ ହେଉଛି ଏହି ରୋଗର ମୁଖ୍ୟକାରଣ । ହେଲେ ଦୁର୍ଭାଗ୍ୟବଶତଃ ଏଲୋପାଥିକ୍ ପାଖରେ ଏହି ସବୁ ରୋଗର ଚିକିତ୍ସା ଉପଲବ୍ଧ ନାହିଁ । ଏହା କେବଳ ସିଷ୍ଟମାଟିକ୍ ଟ୍ରୀଟମେଣ୍ଟ କରୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନଙ୍କ ଅକ୍ସିଜେନ୍ ଲେବଲ୍ ୭୦ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା ସେମାନେ ଯୋଗ ଏବଂ ଆୟୂର୍ବେଦ ଦ୍ୱାରା ଳଠିକ୍ ହୋଇଛନ୍ତି । ଯେଉଁମାନେ ସବୁ ଘରେ ହୋମ୍ ଆଇସୋଲେସନ୍ ରେ ରହି ଭଲ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୯୮% ଲୋକ ପ୍ରତିଦିନ ଯୋଗ ଏବଂ ଆୟୁର୍ବେଦିକ ନେଇ ଠିକ୍ ହୋଇଛନ୍ତି । ବାବା ରାମଦେବାଙ୍କ ପତଞ୍ଜଳୀର କରୋନିଲ୍ କୁ କରୋନା ହୋମ୍ କିଟ୍ ରେ ସାମିଲ୍ କରାନଯାଇଥିବା ପ୍ରସଙ୍ଗରେ ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

Get real time updates directly on you device, subscribe now.