fbpx

ଚାଲିଗଲା ସାମୁଦ୍ରିକ ଝଡ଼ ‘ୟଶ୍’, ଏବେ ଆସିବ ମୌସୁମୀ: ଆସନ୍ତା ୪ ଦିନ ମଧ୍ୟରେ କେରଳ ଛୁଇଁବ ବୋଲି ସୂଚନା ଦେଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: : ଆସନ୍ତା ୩୧ ତାରିଖରେ କେରଳ ଛୁଇଁବ ମୌସୁମୀ । ‘ତଉକ୍ତେ’, ‘ୟଶ୍’ ଭଳି ଭୟଙ୍କର ସାମୁଦ୍ରିକ ଝଡ଼ ପାଇଁ ପାଗରେ କିଛିମାତ୍ରାରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସୋମବାର ଦିନ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଗୁରୁବାର ଦିନ ମୌସୁମୀ ମାଳଦୀପ-କୋମୋରିନର କିଛି ଅଞ୍ଚଳ, ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଓ ପୂର୍ବ-ମଧ୍ୟମ ଅଞ୍ଚଳକୁ ଗତି କରିସାରିଥିବା ଜଣାପଡ଼ିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୩୧ ତାରିଖରେ ମୌସୁମୀ ଆଗମନ କରିବ ବୋଲି ପରିପାର୍ଶ୍ଵିକ ସ୍ଥିତିରୁ ଜଣାପଡ଼ୁଛି । ଜୁନ ୧ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ବିଭାଗ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତାହରେ କୁହାଯାଇଥିଲା । ମାତ୍ର ବାତ୍ୟା ‘ୟଶ୍’ ପାଇଁ ଏହା ଗୋଟିଏ ଦିନ ପୂର୍ବରୁ ଆସିପାରେ । କାରଣ ‘ୟଶ’ ଆରବ ସାଗରେ ମୌସୁମୀ ପ୍ରବାହକୁ ଟାଣିବାରେ ସହଯୋଗ କରିଛି । ଅପରପକ୍ଷେ ‘ୟଶ୍’ ବର୍ତ୍ତମାନ ଦୁର୍ବଳ ସ୍ଥିତିକୁ ଚାଲିଯାଇଛି, ଯାହାକି ବର୍ତ୍ତମାନ ନିଜର ପ୍ରଭାବ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ଦେଖାଉଛି । ବିହାର ଓ ପୂର୍ବ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ପବନ ସହ ବର୍ଷା ଦେଖିବାକୁ ମିଳୁଛି । ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ଗତ ଗୁରୁବାରଠାରୁ ବିହାରରେ ବର୍ଷା ଅନୁଭୂତ ହେଉଥିବା ବେଳେ ଆଜି କିଛି ସ୍ଥାନରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ଏହାଛଡ଼ା ଆଜି ପୂର୍ବ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.