fbpx

ଭୁଲ୍ ଦିଗରେ ସାଇକେଲ୍ ଚଲାଇବାରୁ ଚାଲାଣ କାଟିଲେ ପୋଲିସ୍ ମାଡାମ୍

ନୂଆଦିଲ୍ଲୀ: ଗୁଜୁରାଟର ସୁରଟରେ ଯାତାୟାତ ସମ୍ବନ୍ଧ ନିୟମକୁ ପାଳନ କରିବାରେ ଏକ ଅଜବ ଘଟଣା ସାମନା ଆସିଛି । ଯାହା ଆପଣଙ୍କୁ ଆଶ୍ଚଯ୍ୟ କରିବା ସହ କ୍ରୋଧ ମଧ୍ୟ ପ୍ରକାଶ କରିପାରନ୍ତି । ସେଠାରେ ଜଣେ ୪୭ ବର୍ଷର ବ୍ୟକ୍ତି ବୁଧବାର ରଙ୍ଗ୍ ରୁଟ୍ ଅର୍ଥାତ୍ ଭୁଲ୍ ଦିଗରେ ସାଇକେଲ୍ ଚଲାଇଥିବାରୁ ମୋଟରଯାନ ଅଧିନିୟମ ଅଧୀନରେ ତାଙ୍କ ଠାରୁ ଚାଲାଣ କଟାଯାଇଛି । ଏହି ଚାଲାଣ ଜଣେ ମହିଳା ପୋଲିସ୍ କାଟିଥିବାରୁ ତାଙ୍କ ବିରୋଧରେ ଏବେ ସ୍ୱର ଉତ୍ତୋଳନ ହେଉଛି ।

ଏହି ଘଟଣା ସାମନାକୁ ଆସିବା ପରେ ଲୋକ ମାନେ ବିରୋଧ ମନୋଭାବ ପୋଷଣ କରିଛନ୍ତି । ତେବେ ସାଇକେଲ୍ ଚାଳକଙ୍କ ଠାରୁ ମୋଟର ଯାନ ଅଧିନିୟମ ନୁହେଁ ବରଂ ଗୁଜୁରାଟ ପୋଲିସ୍ ଅଧିନିୟମ ଅଧୀନରେ ତଦନ୍ତ କରାଯିବ ବୋଲି ପୋଲିସ୍ ମାଡାମ୍ ଉକ୍ତ ବ୍ୟକ୍ତିଙ୍କୁ କହିବା ଦରକାର ଥିଲା ବୋଲି କୋର୍ଟ ଶୁକ୍ରବାର କହିଛନ୍ତି । ଏହାପରେ ଉକ୍ତ ଚାଳକ ମଧ୍ୟ ନିଜ ଭୁଲ୍ ମାନିଛନ୍ତି । ଏହି ମାମଲାରେ ସେ ଅଦାଲତରେ ହାଜର ହେବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.