fbpx

ପଇସା ଲୋଭ ସାଜିଲା କାଳ: ୭ ବର୍ଷୀୟା ନାବାଳିକାଙ୍କୁ ବାହାହେଲେ ୪୫ ବର୍ଷୀୟ ଯୁବକ, ଏହାପରେ ଫେରାର୍ ହେଲେ ବର, କାରଣ ଥିଲା ଅଜବ

ନୂଆଦିଲ୍ଲୀ: ବିହାରର ନବାଦା ଜିଲ୍ଲାରେ ବାଲ୍ୟ ବିବାହ ଭିଡିଓ ଭାଇରାଲ ହେବା ପରେ ଖଗଡ଼ିଆରେ ଅନୁରୂପ ଭାବେ ଆଉ ଏକ ମାମଲା ସାମନାକୁ ଆସିଛି । ପିତାମାତା ଟଙ୍କା ଲୋଭରେ ନିଜର ୭ ବର୍ଷୀୟା ଝିଅକୁ ଜଣେ ୪୫ ବର୍ଷୀୟ ଯୁବକଙ୍କ ହାତରେ ଟେକି ଦେଇଥିଲେ । ଏହି ଘଟଣା ପରେ ବର ସହିତ ତିନିଜଣ ଅଭିଯୁକ୍ତ ଫେରାର ଥିବାବେଳେ ନାବାଳିକାଙ୍କ ପିତାମାତାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ନାବାଳିକାଙ୍କୁ ସମସ୍ତଙ୍କ ଅଜାଣତରେ ମେଳା ଦେଖାଇବା ବାହାନାରେ ଠାକୁରବାଡ଼ି ନାମକ ସ୍ଥାନକୁ ନିଆଯାଇଥିଲା । ସେଠାରେ ରାତ୍ରିର ଅନ୍ଧାକାରରେ ସମସ୍ତଙ୍କ ଅଗୋଚରରେ ଉକ୍ତ ୪୫ ବର୍ଷୀୟ ଯୁବକ ସୁଶୀଲଙ୍କ ସହିତ ବିବାହ କରାଇ ଦିଆଯାଇଥିଲା । ବିବାହ ସମୟରେ ନାବାଳିକା କାନ୍ଦୁଥିଲେ ମଧ୍ୟ ପିତାମାତା ଏନେଇ ଧ୍ୟାନ ଦେଇନଥିଲେ । ପୂର୍ବରୁ ସୁଶୀଲ ବିବାହ କରିଥିଲେ ମଧ୍ୟ ତାଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପ୍ରୟାସ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.