fbpx

ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ପାରନ୍ତି ଆଣ୍ଡରସନ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଦୁନିଆର ସର୍ବକାଳୀନ ଟେଷ୍ଟ ଦ୍ରୁତ ବୋଲରଙ୍କ ମଧ୍ୟରେ ସାମିଲ ଇଂଲଣ୍ଡର ଜେମ୍ସ ଆଣ୍ଡସରନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ
ଏକ ରେକର୍ଡର ସମକକ୍ଷ ହୋଇ ପାରନ୍ତି । ଆଣ୍ଡରସନ ସମର ସିଜିନର ଆରମ୍ଭ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କରିବାକୁ ଯାଉଛନ୍ତି ।

ଆଣ୍ଡରସନ ଜୁଲାଇ ୧୦ରେ ୩୯ ବର୍ଷ ବୟସରେ ପଦାର୍ପଣ କରିବେ । ଏହି ବୟସରେ ମଧ୍ୟ ସେ ବର୍ତ୍ତମାନ ବିଶ୍ୱର ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ସମର ସିଜିନରେ ଇଂଲଣ୍ଡ ଘରୋଇ ମାଟିରେ ସାତୋଟି ଟେଷ୍ଟ ମ୍ୟାଚ୍‌ ଖେଳିବ । ତେବେ ଏହି ସମୟରେ ଆଣ୍ଡରସନ ବୋଲିଂ ବ୍ୟତୀତ ଆଉ କିଛି ବ୍ୟକ୍ତିଗତ ରେକର୍ଡ ମଧ୍ୟ ନିଜ ନାମରେ କରିପାରନ୍ତି । ଏଥିରେ ସ୍ୱଦେଶରେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ସାମିଲ । ତେନ୍ଦୁଲକର ନିଜ କ୍ୟାରିୟରରେ ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ଏଥିରୁ ସେ ୯୪ଟି ସ୍ୱଦେଶରେ ଖେଳିଛନ୍ତି । ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ଖେଳିବାର ରେକର୍ଡ ସଚିନଙ୍କ ନାମରେ ରହିଛି । ଇଂଲଣ୍ଡ ଯଦି ରୋରେଟସନ ନୀତି ନଆପଣାଏ ତେବେ ଆଣ୍ଡରସନ ସାତୋଟି ମ୍ୟାଚ୍‌ ଖେଳି ସଚିନଙ୍କ ଏହି ରେକର୍ଡ ସହ ସମକକ୍ଷ ହୋଇ ପାରିବେ ।

ଆଣ୍ଡରସନ ପୂର୍ବରୁ କହି ସାରିଛନ୍ତି ଯେ, ସେ ନ୍ୟୁଜିଲାଣ୍ଡ ବିକ୍ଷ ୨ ଟେଷ୍ଟ ସହ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ସବୁ ମ୍ୟାଚ୍‌ ଖେଳିବାକୁ ଚାହାନ୍ତି । ସେ ଏ ପର୍ଯ୍ୟନ୍ତ ଇଂଲଣ୍ଡରେ ୮୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ଯଦି ଏହି ସାତୋଟି ମୁକାବିଲା ଖେଳନ୍ତି ତେବେ ତେନ୍ଦୁଲକରଙ୍କ(୯୬) ସହ ସମକକ୍ଷ ହୋଇ ପାରିବେ ଏବଂ
ପରବର୍ତ୍ତୀ ସମୟରେ ରେକର୍ଡ ଭାଙ୍ଗିପାରିବେ ।

ସ୍ୱଦେଶରେ ସର୍ବାଧିକ ଟେଷ୍ଟ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ସଚିନଙ୍କ ପରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ(୮୯), ଆଣ୍ଡରସନ, ଆଲିଷ୍ଟର କୁକ ଓ ଅଷ୍ଟ୍ରେଲିଆର ଷ୍ଟିଭ୍‌ ୱ(ସମସ୍ତେ ୮୯ ମ୍ୟାଚ୍‌) ସାମିଲ । ଆଣ୍ଡରସନ ଏବେ କୁକଙ୍କ ଦୁଇଟି ରେକର୍ଡ ନିଜ ନାମରେ କରି ପାରିବେ । ଇଂଲଣ୍ଡ ପକ୍ଷରୁ କୁକ୍‌ ସର୍ବାଧିକ ୧୬୧ ଟେଷ୍ଟ ଖେଳିଛନ୍ତି । ଏଥିସହ ସର୍ବାଧିକ ଟେଷ୍ଟ ଖେଳିଥିବା ଶିବନାରାୟଣ ଚନ୍ଦ୍ରପଲ(୧୬୪), ରାହୁଲ ଦ୍ରାବିଡ(୧୬୪) ଓ ଜ୍ୟାକ୍‌ କାଲିସ(୧୬୬)ଙ୍କୁ ମଧ୍ୟ ପଛରେ ପକାଇ ପାରନ୍ତି।

ବୋଲିଂ ଉପରେ ନଜର ପକାଇଲେ ଆଣ୍ଡରସନ ସ୍ୱଦେଶରେ ୪୦୦ ୱିକେଟ୍‌ ନେବାରେ ଦୁନିଆର ଦ୍ୱିତୀୟ ବୋଲର ହୋଇ ପାରନ୍ତି । ଏଥିରୁ ସେ ୧୬ ୱିକେଟ୍‌
ଦୂରରେ ଅଛନ୍ତି । ଘରୋଇ ମାଟିରେ ୮୯ ଟେଷ୍ଟ ଖେଳି ଆଣ୍ଡସରନ ୩୮୪ ୱିକେଟ୍‌ ନେଇଛନ୍ତି । ଶ୍ରୀଲଙ୍କାର ମୁଥେୟା ମୁରଲୀଧରଣ ୭୯ଟି ଟେଷ୍ଟରୁ ୪୯୩ ୱିକେଟ୍‌ ନେଇଛନ୍ତି । ଅନିଲ କୁମ୍ବଲେ ୬୩ଟି ମ୍ୟାଚ୍‌ ରୁ ୩୫୦ ଓ ଷ୍ଟୁଆର୍ଟ ବ୍ରଡ ୮୨ଟି ମ୍ୟାଚ୍‌?ରୁ ୩୩୪ ୱିକେଟ୍‌ ନେଇଛନ୍ତି ।

Get real time updates directly on you device, subscribe now.