fbpx

ରକ୍ତଦାନ ଶିବିରରୁ ସୁର ସ୍ପ୍ରେଡର ଆଶଙ୍କା ! ଆୟୋଜକ କରୋନ ପଜିଟିଭ ଚିହ୍ନଟ, କାର୍ଯ୍ୟକ୍ରମରେ ଯୋଗଦେଥିଲେ ଲୋଇସିଂହା ବିଧାୟକ

ବଲାଙ୍ଗୀର(ଓଡ଼ିଶା ଭାସ୍କର): ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତିକୁ ବିଜେପି ଦଳ ତରଫରୁ ସେବା ସପ୍ତାହ ଦିବସ ପାଳନ କରାଯାଉଛି । ମହାମାରୀ ସମୟରେ ଦେଶର ଅନ୍ୟତମ ସର୍ବ ବୃହତ ରାଜନୈତିକ ଦଳ ସେବା ପାଇଁ ଆଗେଇ ଆସିବା ନିଶ୍ଚିତରେ ସ୍ୱାଗତଯୋଗ୍ୟ ପଦକ୍ଷେପ । ଗତ ରବିବାର ଦିନ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ୍‌ ଏଣ୍ଡ ହସ୍ପିଟାଲ, ଲୋଇସିଂହା ନିର୍ବାଚନମଣ୍ଡଳୀର କୁଶମେଲ, କଂଟାବାଞି, ଟିଟିଲାଗଡ଼ ପ୍ରଭୃତି ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । କୁଶମେଲ ଠାରେ ଆୟୋଜିତ ରକ୍ତଦାନ ଶିବିରର ନେତୃତ୍ୱ ନେଇଥିବା ମଣ୍ଡଳ ସଭାପତି କିଶୋର ପଟେଲ ପୋଜିଟିଭ ବୋଲି ଜଣାପଡ଼ିଛି ।

ସେହି ଦିନ ହିଁ ସଂଗୃହିତ ହୋଇଥିବା ନମୁନା ପରୀକ୍ଷା ରିପୋର୍ଟ ପୋଜିଟିଭ୍‌ ଆସିବା ପରେ ବ୍ଲଡ଼ ବ୍ୟାଙ୍କ ତରଫରୁ ତାଙ୍କ ଠାରୁ ସଂଗୃହୀତ ରକ୍ତ ବାହାର କରାଯାଇଥିବା ବ୍ଳଡ଼ ବ୍ୟାଙ୍କ ଅଧିକାରୀ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ମଧ୍ୟ ଯୋଗଦାନ କରିଥିଲେ । ରକ୍ତଦାତାମାନଙ୍କ ସହ ବିଧାୟକ, ମଣ୍ଡଳ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଫଟୋ ଉତ୍ତୋଳନ କରିଥିବା ସେମାନଙ୍କ ଗଣମାଧ୍ୟମ ସେୟାର ଫଟୋରୁ ଜଣାଯାଏ । ପ୍ରମୁଖ ଆୟୋଜକ ପଟେଲ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ବିଧାୟକ ଓ ସହକର୍ମି ଅନ୍ୟାନ୍ୟ ଟିକା ଦାନ କେନ୍ଦ୍ରରେ ବୁଲିବା କେତେ ଦୂର ଯୁକ୍ତିଯୁକ୍ତ ?

ଉକ୍ତ ଶିବିରରେ ଉପସ୍ଥିତ ଅନ୍ୟମାନେ ସଂକ୍ରମିତ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ । ଏଣୁ ଉକ୍ତ ଶିବିରରେ ଯୋଗଦାନ କରିଥିବା ସମସ୍ତେ ନିଃସଙ୍ଗ ରହିବା ବଦଳରେ ସେବା ପାଇଁ ବୁଲିବା ସଂକ୍ରମଣ ବଣ୍ଟନ ନୁହେଁ କି ବୋଲି ମତ ପ୍ରକାଶ ପାଉଛି । କୁଶମେଲ ରକ୍ତଦାନ ଶିବିରରେ ସଂଗୃହୀତ ଅନ୍ୟ ୧୯ ୟୁନିଟର ମଧ୍ୟ
ପରୀକ୍ଷା ନିରୀକ୍ଷା ପ୍ରତି କର୍ତ୍ତୃପକ୍ଷ ଯତ୍ନବାନ ହେବେବୋଲି ଆଶା କରାଯାଏ ।

Get real time updates directly on you device, subscribe now.