fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୦୫ ଲକ୍ଷ ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୫ ହଜାର ୯୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୨୪ ଲକ୍ଷ ୪ ହଜାର ୮୫୭ କୁ ବୃଦ୍ଧି ପାଇଛି । ମୋଟ ୧୫ କୋଟି ୫୦ ଲକ୍ଷ ୩୦ ହଜାର ୭୧୭ ଜଣ ସୁସ୍ଥ ହୋଇଛନ୍ତି ।

ତେବେ ବିଶ୍ୱର ୨୨୦ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପୁଣି ଥରେ ଅସ୍ତବ୍ୟସ୍ତ ହୋଇପଡିଛି । ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି। କରୋନା ପ୍ରଭାବିତ ଦେଶ ମଧ୍ୟରୁ ଆମେରିକାରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ବିଶ୍ୱରେ କୋଭିଡ ସଂକ୍ରମଣରେ ଭାରତ ୨ୟ ସ୍ଥାନରେ ରହିଥିବା ବେଳେ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି ।

Get real time updates directly on you device, subscribe now.