fbpx

ଆରମ୍ଭ ହେଲା କି କରୋନାର ତୃତୀୟ ଲହର! ୨ ରାଜ୍ୟରେ ୯୦ ହଜାର ଶିଶୁ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ସୁଦ୍ଧା ଥମିନଥିବା ବେଳେ ତୃତୀୟ ଲହର ହଇଚଇ ସୃଷ୍ଟି କରିଛି । ତୃତୀୟ ଲହରକୁ ନେଇ ପ୍ରଥମରୁ ଚେତାବନୀ ଦିଆସରିଛି କି, ଏହା ଶିଶୁଙ୍କ ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏହାରି ମଧ୍ୟରେ ସୂଚନା ମିଳିଛି ଯେ ୨ଟି ରାଜ୍ୟରେ ପ୍ରାୟ ୯୦ ହଜାରରୁ ଶିଶୁ ଏହାର ଶିକାର ହୋଇସାରିଛନ୍ତି । ଏଥିରୁ ଅନୁମାନ ଲଗାଯାଉଛି କି, ଯଦି ୨ଟି ରାଜ୍ୟରୁ ଏତେ ସଂଖ୍ୟାରେ ଶିଶୁ ସଂକ୍ରମିତ ହୋଇଛନ୍ତି, ତେବେ ପୁରା ଦେଶର ଅବସ୍ଥା କ’ଣ ହେବ । ଏଭଳି ପରିସ୍ଥିତିକୁ ଦେଖିଲେ ଲାଗୁଛି କି କରୋନା ମହାମାରୀର ତୃତୀୟ ଲହର ନିଜର ପ୍ରଭାବ ଦେଖାଇବା ଆରମ୍ଭ କଲାଣି ।

ତେବେ କରୋନାର ପଜିଟିଭ ହାରକୁ ଦେଖିଲେ ଜଣାପଡୁଛି କି, ମହାରାଷ୍ଟ୍ରରେ ସବୁଥର ପରି ତୃତୀୟ ଲହର ବି ଭୟଙ୍କର ହେବାକୁ ଯାଉଛି । ମହାରାଷ୍ଟ୍ରର ଅହମଦାବାଦରେ କେବଳ ଗୋଟିଏ ମାସରେ ୯ ହଜାର ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଶିଶୁଙ୍କଠାରେ କରୋନା ମାଡିଚାଲିଥିବାରୁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ଶିଶୁଙ୍କଠାରେ କରୋନା ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଅନ୍ୟପଟେ ତେଲେଙ୍ଗାନାରେ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରାୟ ୩୭,୩୩୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ମଧ୍ୟପ୍ରଦେଶର କରୋନା ପରିସ୍ଥିତି ଏବେ ଖରାପ ଆଡକୁ ଗତି କରିବାରେ ଲାଗିଛି । ସେଠାରେ ଦ୍ୱିତୀୟ ଲହରରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୪ ହଜାରରୁ ଅଧିକ ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ହୋଇଥିବା ଶିଶୁଙ୍କ ବୟସ ୦ ରୁ ୧୮ ବର୍ଷ ହୋଇଥିବା ଜଣାପଡିଛି । ଭୋପାଳରେ ବର୍ତ୍ତମାନ ସୁଦ୍ଧା ୨୬୯୯ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.