fbpx

ଆଜି ହେଉଛି ବିଶ୍ୱ ପରିବେଶ ଦିବସ, ପରିବେଶ ସୁରକ୍ଷା ତଥା ରକ୍ଷଣାବେକ୍ଷଣ ହେଉଛି ଏହି ଦିନର ମୁଖ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶ ସୁରକ୍ଷା କରିବା ତଥା ତାର ରକ୍ଷଣାବେକ୍ଷଣ କରିବା ହେଉଛି ଏହି ଦିନର ମୁଖ୍ୟ ଲକ୍ଷ୍ୟ । କାରଣ ଆଜିକା ସମୟରେ ଦୁନିଆରେ ବିଭିନ୍ନ ସ୍ଥାନରେ ପରିବେଶକୁ ନଷ୍ଟ କରିବା ଭଳି ଖବର ସାମନାକୁ ଆସୁଛି । କେଉଁଠି ଜଙ୍ଗଲରେ ନିଆଁ ଲାଗୁଛି ତ କେଉଁଠି ବଡ ବଡ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟୁଛି । ଏପରି ସ୍ଥଳରେ ପରିବେଶ ଉପରେ ଗୁରୁତର ପ୍ରଭାବ ପଡୁଛି । ତେଣୁ ବାରମ୍ବାର ବିଭିନ୍ନ ପ୍ରକୃତି ପ୍ରେମୀ ମାନେ ପରିବେଶର ସୁରକ୍ଷା ଏବଂ ସୁନ୍ଦରତାକୁ ବଜାୟ ରଖିବା ପାଇଁ ସଚେତନ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁଥିବା ପରିଲକ୍ଷିତ ହେଉଛି । ତେଣୁ ଆଜିର ଏହି ଦିନରେ ସମଗ୍ର ମନୁଷ୍ୟ କୂଳକୁ ଏଥିପ୍ରତି ସଜାଗ ରହିବାକୁ ଆହ୍ନାନ କରାଯାଉଛି । ବ୍ୟବସାୟକୁ ବଢ଼ାଇବାକୁ ଯାଇ ଜଙ୍ଗଲ ସଫା କରି ସେଠାରେ ବଡବଡ ଶିଳ୍ପାଞ୍ଚଳ ସୃଷ୍ଟି କରାଯାଉଛି । ଯାହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡୁଛି । ଏ ଦିଗରେ ଲୋକମାନଙ୍କୁ ଜାଗ୍ରତ କରିବା ପାଇଁ ଆଜି ସାରା ଦେଶ ବିଶ୍ୱ ପରିବେଶ ଦିବସ ପାଳନ କରୁଛି । ତେବେ ଚଳିତ ବର୍ଷର ଥିମ୍ ବା ବିଷୟବସ୍ତୁ ହେଉଛି,”ଉତ୍ତମ ପରିବେଶ ପାଇଁ ବାୟୋ ଇନ୍ଧନକୁ ପ୍ରୋତ୍ସାହନ ଦେବା” ।

ଚଳିତ ବର୍ଷର କଥା ଯଦି କହିବା ତାହେଲେ ଏହି ବିଷୟବସ୍ତୁକୁ ସ୍ୱଚ୍ଛ ରଖିବା ପାଇଁ ବାୟୋଇନ୍ଧନର ପ୍ରସାରକୁ ପ୍ରାଧାନ୍ୟ ଦିଆଯାଇଛି । ଏହି ଦିନକୁ ୧୦୦ରୁ ଅଧିକ ଦେଶରେ ପହଞ୍ଚାଇବାକୁ ବୈଷୟିକ ସ୍ତରରେ ପ୍ରସ୍ତୁତି କରଯାଉଛି । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ପରିବେଶର ଉପାକରିତା ସଂକ୍ରାନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଯାହା ଆଗାମୀ ଯୁବବର୍ଗ ଏବଂ ବର୍ତ୍ତମାନ ନାଗରିକଙ୍କୁ ପରିବେଶର ସୁରକ୍ଷା ନିମନ୍ତେ ପାଳନ କରିବାକୁ ହେବ । ଏଥିସହିତ ସେ କୃଷକ ମାନଙ୍କୁ ବାୟୋଇନ୍ଧନ ଏବଂ ଇଥାନଲର ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ କରିଛନ୍ତି । ଯଦ୍ୱାରା କୃଷିରେ ଉନ୍ନତି ଆସିପାରିବ ।

ଅନ୍ୟପଟେ ବାୟୁମଣ୍ଡଳରେ ଗ୍ଲୋବାଲ୍ ୱାର୍ମିଙ୍ଗର ମାତ୍ରା ବଢ଼ିବାରେ ଲାଗିଛି । ଯାହାଫଳରେ ଆଗାମୀ ଦିନରେ ବାୟୁମଣ୍ଡଳର ତାପମାତ୍ରା ଅସହ୍ୟ ହୋଇପଡିବ ବୋଲି ବିଶେଷଜ୍ଞ ମାନେ ଆଗୁଆ ସଚେତନ କରିଛନ୍ତି । ବର୍ତ୍ତମାନ ଯେଉଁଭଳି ଭାବରେ ଗଛ କଟାଯାଉଛି, ତାହାର ପରିମାଣ ସ୍ୱରୂପ ଆଗାମୀ ଭବିଷ୍ୟତରେ ଜଳବାୟୁରେ ଅନେକ ପ୍ରକାରର ପରିବର୍ତ୍ତନ ଆସିପାରେ ଯେପରିକି ସମୁଦ୍ର ସ୍ତର ବଢ଼ିବା, ତାପମାତ୍ରାରେ ଅହେତୁକ ବୃଦ୍ଧି, ଗ୍ଲାସିୟର୍ ତରଳିବା, ସାମୁଦ୍ରିକ ବାତ୍ୟା ଇଦ୍ୟାଦି । ଏହି ସବୁକୁ ମନୁଷ୍ୟକୃତ ବୋଲି କହିଲେ ଚଳେ । ଅତ୍ୟଧିକ ମାତ୍ରାରେ ପ୍ଲାଷ୍ଟିକ୍ ର ବ୍ୟବହାର, କାର୍ ରେ ପେଟ୍ରୋଲ୍ ଜଳିବା ଦ୍ୱାରା ନିର୍ଗତ ହେଉଥିବା ଗ୍ୟାସ୍ ଯାହା ପରିବେଶରେ ମିଶୁଛି ତାହା ହିଁ ଗ୍ଲୋବାଲ୍ ୱାର୍ମିଂର ମୁଖ୍ୟକାରଣ । ନିକଟ ସ୍ଥାନକୁ ଯାତ୍ରା କରିବା ପାଇଁ ଆପଣ ମାନେ ଯଦି ସାଇକେଲ୍ ବଦଳରେ ବାଇକ୍ ବ୍ୟବହାର କରୁଛନ୍ତି, ଟ୍ରେନ୍ ବଦଳରେ ଫ୍ଲାଇଟ୍ ବ୍ୟବହାର କରୁଛନ୍ତି । ଏହିସବୁ ଯାନବାହାନରୁ ନିର୍ଗତ ହେଉଥିବା ନାନା ପ୍ରକାରର ଗ୍ୟାସ୍ ହିଁ ବାୟୁମଣ୍ଡଳକୁ ଖରାପ କରିବାର ମାଧ୍ୟମ । ତେଣୁ ଏହିସବୁକୁ କମାଇ ପରିବେଶକୁ ସୁରକ୍ଷା ଦେବା ହେଉଛି ଏହି ବିଶେଷ ଦିନର ମହତ୍ତ୍ୱ ।

 

Get real time updates directly on you device, subscribe now.