fbpx

ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମିଳିବ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ଏନେଇ ଆଜି ପ୍ରେସମିଟ୍ କରି ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଦେଶକୁ ପାଠ ପଢ଼ିବାକୁ ଯିବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ଟିକା ଦିଆଯିବ । ଭୁବନେଶ୍ୱର ମହାନଗର ନିଗମର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସୁବିଧା କରାଯିବ । ପାଠପଢ଼ା ପାଇଁ ଯେଉଁ ଛାତ୍ରଛାତ୍ରୀ ମାନେ ଅସୁବିଧାର ସାମନା କରୁଛନ୍ତି ସେମାନଙ୍କର ସହଯୋଗ କରିବା ପାଇଁ ଆଗୁଆ ଟିକାର ବ୍ୟବସ୍ଥା କରାଯିବ । କାରଣ ଟିକା ନେଇ ନ ନେଇଥିବା ବ୍ୟକ୍ତିଙ୍କ ପାଇଁ ବିଦେଶ ଯାତ୍ରାର ଅନୁମତି ନାହିଁ । ତେଣୁ ଏହିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଟିକାକରଣର ବ୍ୟବସ୍ଥା ଆସନ୍ତାକାଲିଠାରୁ କରାଯିବ ।

ଯେଉଁମାନେ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନେ ୧୯୨୯ ନମ୍ବରକୁ କଲ୍ କରି ରେଜିଷ୍ଟ୍ରେସନ୍ କରିପାରିବେ । ରେଜିଷ୍ଟ୍ରେସନ୍ ପରେ ସେମାନଙ୍କୁ ଟିକା ଦିଆଯିବା ନେଇ ବ୍ୟବସ୍ଥା କରାଯିବ । ଏଥିସହିତ କୋଭିଡ୍ କାଳରେ ରୋଗୀମାନଙ୍କୁ ଅକ୍ସିଜେନ୍ ଦିଆଯିବା ନେଇ ବ୍ୟବସ୍ଥା କରାଯାଉଥିବା ବେଳେ ଅକ୍ସିଜେନ୍ କନସେନଟ୍ରେଟର୍ ର ଚାହିଦା ବଢ଼ିଯାଇଛି । ତେଣୁ ଏହା ମଧ୍ୟ ଘରେ ଘରେ ଯୋଗାଇଦିଆଯିବ । ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ର ପ୍ରସ୍ତୁତ ହେବ । ଯେଉଁମାନେ ଚାହିଁବେ ସେମାନେ ନେଇପାରିବେ ବୋଲି କହିଛନ୍ତି ବିଏମସି କମିଶନର ।

Get real time updates directly on you device, subscribe now.