fbpx

ଭାରତ ଏବଂ ଚୀନ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମାଧାନ କରିବାରେ ଦୁଇଦେଶ ସକ୍ଷମ, ତୃତୀୟ ଶକ୍ତିର ଆବଶ୍ୟକତା ନାହିଁ: ପୁଟିନ୍

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଜାରି ରହିଥିବା ସୀମା ବିବାଦକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶନିବାର ମତବ୍ୟକ୍ତ କରିଛନ୍ତି । ପୁଟିନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଦାୟିତ୍ବବାନ ନେତା ଭାବରେ ଦର୍ଶାଇଥିବା ବେଳେ ଦୁଇ ଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ସମାଧାନ ପାଇଁ ସକ୍ଷମ । ତେଣୁ ସେମାନଙ୍କ ମଧ୍ୟରେ କୌଣସି ତୃତୀୟ ଶକ୍ତିର ଦଖଲ ଦେବା ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

ପୁଟିନଙ୍କ ମତ ଏମିତି ଏକ ସମୟରେ ଆସିଛି ଯେତେବେଳେ କି ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଏକ ବର୍ଷରୁ ଅଧିକ ହେବ ଜାରି ରହିଛି । ଏହା ଭିତରେ ଅନେକ ରକ୍ତ ସଂଘର୍ଷ ହୋଇସାରିଛି । ତଥାପି ବିବାଦ ଯଥାରୀତି ଜାରି ରହିଛି । ଏକ ଭର୍ଚୁଆଲ୍ ସାକ୍ଷାତକାରରେ ପୁଟିନ୍ କହିଛନ୍ତି ଯେ, ‘ହଁ ମୁଁ ଜାଣିଛି ଭାରତ ଏବଂ ଚୀନ ମଧ୍ୟରେ କିଛି ପ୍ରସଙ୍ଗ ରହିଛି । ପଡ଼ୋଶୀ ଦେଶ ମଧ୍ୟରେ ପ୍ରାୟ ଏମିତି ହୁଏ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ବ୍ୟବହାର ସମ୍ପର୍କରେ ମୁଁ ଜାଣିଛି । ଏମାନେ ବହୁ ଦାୟିତ୍ବବାନ ନେତା । ପରସ୍ପର ଅତ୍ୟନ୍ତ ଭଦ୍ରତାର ସହ ଆଲୋଚନା କରନ୍ତି । ତେଣୁ କୌଣସି ତୃତୀୟ ପକ୍ଷ ଦୁଇ ଦେଶ ମଧ୍ୟରେ ଦଖଲ ଦେବା ଅନୁଚିତ’ ।

ଗତବର୍ଷ ଜୁନରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଅନେକ ଆଲୋଚନା ପରେ ବି ଏବେ ଯାଏ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ହୋଇନାହିଁ କି କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ତେବେ ପୁଟିନ୍ ଆହୁରି ମଧ୍ୟ କହିଛନ୍ତି, ଋଷ ଭାରତ ସହ ରହିଥିବା ବେଳେ ମସ୍କୋ ଏବଂ ବେଜିଂ ମଧ୍ୟରେ କୌଣସି ବିରୋଧାଭାଷ ନାହିଁ ।

Get real time updates directly on you device, subscribe now.