fbpx

ରିଅଲ୍‌ମି ଏକ୍ସ୭ ମ୍ୟାକ୍ସ ୫ଜି ଏବଂ ରିଅଲ୍‌ମି ସ୍ମାର୍ଟଟିଭି ୪କେ’ ଉନ୍ମୋଚିତ : ୨ଟି ଷ୍ଟୋରେଜ୍ ଭାରିଆଣ୍ଟ୍‌ରେ ଉପଲବ୍ଧ ସ୍ମାର୍ଟଫୋନ୍‌

ମୁମ୍ବାଇ (ଓଡ଼ିଶା ଭାସ୍କର): ୫ଜି ସକ୍ଷମ ସ୍ମାର୍ଟଫୋନ୍‌ ଶୁଭାରମ୍ଭ କରିଥିବା ଭାରତର ପ୍ରଥମ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଭାରତର ପ୍ରଥମ ମିଡିଆଟେକ୍‌ ଡାଇମେନ୍‌ସିଟି ୧୨୦୦ ୫ଜି ପ୍ରୋସେସର୍‌ ଥିବା ଏହାର ନୂତନ ଓ ଅତ୍ୟାଧୁନିକ ସ୍ମାର୍ଟଫୋନ୍‌ ରିଅଲ୍‌ମି ଏକ୍ସ୭ ମ୍ୟାକ୍ସ ୫ଜି ସହିତ ନେକ୍ସଟ୍‌ଜେନ୍‌ ରିଅଲ୍‌ମି ସ୍ମାର୍ଟଟିଭି ୪ କେର ଶୁଭାରମ୍ଭ କରାଯାଇଛି ।

ଯାହା ୪କେ ସିନେମାଟିକ୍‌ ଅନୁଭୂତି ସହିତ ଏକ ଅଲ୍‌ରାଉଣ୍ଡ ପ୍ୟାକେଜ୍‌ ପ୍ରଦାନ କରୁଛି । ରିଅଲ୍‌ମି ଏକ୍ସ୭ ମ୍ୟାକ୍ସ ୫ଜିରେ ଏକ ୧୨୦ଏଚ୍‌ଜେଡ୍‌ ସୁର୍‌ ଆମୋଲେଡ୍‌
ଡିସ୍‌ପ୍ଲେ, ୫୦ୱାଟ୍‌ ସୁର୍‌ ଡାର୍ଟଚାର୍ଜ ସହିତ ୪୫୦୦ ମେଗାହର୍ତ୍ସ ବ୍ୟାଟେରୀ, ସୋନି ୬୪ଏମ୍‌ପି ସୁପର, ଟ୍ରିପଲ୍  କ୍ୟାମେରା ସହ ମିଡିଆଟେକ୍‌ ଡାଇମେନ୍‌ସିଟି ୧୨୦୦ ୫ଜି ପ୍ରୋସେସର୍ ରହିଛି ।

ରିଅଲ୍‌ମି ସ୍ମାର୍ଟଟିଭି ୪କେ (୪୩ ଇଞ୍ଚ୍‌ ଓ ୫୦ ଇଞ୍ଚ) ଡଲ୍‌ବିଭିଜନ ଏଚ୍‌ଡିଆର୍‌ ଟେକ୍ନୋଲୋଜି ଓ ଡଲ୍‌ବି ଅଟ୍‌ମସ୍‌ ଇମର୍ସିଭ୍‌ ଅଡିଓ ପାୱାର ଫୁଲ୍‌କ୍ୱାଡ୍‌-କୋର୍‌ ପ୍ରୋସେସର୍ ସହ ସୁସଜ୍ଜିତ ରହିଥିବା ବେଳେ ଏହା ଟିୟୁଭିରେନ୍‌ ଲ୍ୟାଣ୍ଡ ଲୋବ୍ଲୁଲାଇଟ୍‌ ସାର୍ଟିଫିକେଶନ ଦ୍ୱାରା ପ୍ରମାଣିତ ।

ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ୍‌ରେ ଉପଲବ୍ଧ ଏହି ସ୍ମାର୍ଟ ଫୋନ୍‌ର ମୂଲ୍ୟ (୮ଜିବି  +୧୨୮ଜିବି) ପାଇଁ ୨୬,୯୯୯ଟଙ୍କା ଓ (୧୨ଜିବି + ୨୫୬ ଜିବି) ପାଇଁ ୨୯,୯୯୯ ଟଙ୍କା ରହିଛି ଏବଂ ଏହାର ସେଲ୍‌ ଆସନ୍ତା ଜୁନ୍‌ ୪ ତାରିଖ ଦିନ ୧୨ଟାରୁ ଫ୍ଲି୍‌କାର୍ଟ ଡଟ୍‌କମ୍‌, ରିଅଲ୍‌ମି ଡଟ୍‌କମ୍‌ ଓ ମେନ୍‌ଲାଇନ୍‌ ଚ୍ୟାନେଲ ଗୁଡିକରେ ଆରମ୍ଭ ହେବ । ରିଅଲ୍‌ମି ସ୍ମାର୍ଟଟିଭି ୪କେ ୪୩ ଇଞ୍ଚ ଓ ୫୦ ଇଞ୍ଚ୍‌ର ମୂଲ୍ୟ ଯଥାକ୍ରମେ ୨୭,୯୯୯ ଓ ୩୯,୯୯୯ଟଙ୍କା ରହିବ ।

ଏହାର ସେଲ୍‌ ଆସନ୍ତା ଜୁନ୍‌ ୪ ତାରିଖ ଦିନ ୧୨ଟାରୁ ରିଅଲ୍‌ମି ଡଟ୍‌କମ୍‌, ଫ୍ଲି୍‌କାର୍ଟ ଡଟ୍‌କମ୍‌ ଓ ମେନ୍‌ଲାଇନ୍‌ ଷ୍ଟୋର୍  ଗୁଡିକରେ ଆରମ୍ଭ ହେବ । ରିଅଲ୍‌ମି ପକ୍ଷରୁ ଜୁନ୍‌ ୪ରୁ ୮ ତାରିଖ ମଧ୍ୟରେ ରିଅଲ୍‌ମି ଆନିଭର୍ସରୀ ସେଲ୍‌ଇଭେଣ୍ଟ୍ ସମୟରେ ଏକାଧିକ ସ୍ମାର୍ଟଫୋନ୍‌ ପ୍ରଡକ୍ଟ ଉପରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍‌ ଓ ସପୁରସେଭିଙ୍ଗଡିଲ୍‌ ମଧ୍ୟ ଘୋଷଣା କରାଯାଇଛି ।

Get real time updates directly on you device, subscribe now.