fbpx

ଭିକି କୌଶଲଙ୍କୁ ନେଇ ପୋଜେସିଭ୍ ହେଉଛନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ବାର୍ବି ଡଲ କ୍ୟାଟ୍ରିନା କୈଫ୍ । ଦୀର୍ଘ ଦିନ ହେବ କ୍ୟାଟ୍ରିନା ଓ ଭିକି କୌଶଲଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ଖୁବ୍ ଚର୍ଚ୍ଚା ଧରିଛି । କ୍ୟାଟ୍ରିନା ଓ ଭିକି ନିଜ ସମ୍ପର୍କକୁ ନେଇ ଅଫିସିଆଲି ଘୋଷଣା କରିନାହାନ୍ତି ସତ କିନ୍ତୁ ଦୁହେଁ ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି । ତାଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଶୀଘ୍ର ଘୋଷଣା କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହାରି ଭିତରେ ଏକ ଭିତିରିଆ କଥା ସାମ୍ନାକୁ ଆସିଛି କି କ୍ୟାଟ୍ରିନା ସମ୍ପ୍ରତି ଭିକିଙ୍କୁ ନେଇ ଅଧିକ ପୋଜେସିଭ୍ ହେଉଛନ୍ତି । ପରଦାରେ ଭିକି ଯଦି କାହା ସହିତ କ୍ଲୋଜ୍ ଆସୁଛନ୍ତି ତେବେ କ୍ୟାଟ୍ରିନାଙ୍କୁ ଭାରି ବାଧୁଛି । ଭିକିଙ୍କର ଇଣ୍ଟିମେଣ୍ଟ ସିନକୁ ନେଇ ମୁହଁ ଫୁଲାଉଛନ୍ତି କ୍ୟାଟ୍ରିନା । ଶୁଣିବାକୁ ମିଳୁଛି ଯେ ଭିକି ଟିଭି ପରଦାରେ କାହା ସହ କ୍ଲୋଜ୍ ତଥା ଇଣ୍ଟିମେଣ୍ଟ ନ ହୁଅନ୍ତୁ ବୋଲି କ୍ୟାଟ୍ରିନା ଚାହୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ସେପଟେ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଭିକିଙ୍କ ପିତା ତାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କି କ୍ୟାରିଅର ଭିତରେ କୌଣସି ପ୍ରକାରର ବଡ଼ ନିଷ୍ପତ୍ତି ନନେବା ପାଇଁ । ଭିକିଙ୍କ ବାପା ବି ଚାହୁନାହାନ୍ତି କି ତାଙ୍କ ପୁଅ ପ୍ରେମ ସମ୍ପର୍କକୁ ନେଇ ହେଡ୍ ଲାଇନ ହୁଅନ୍ତୁ । ଉଲ୍ଲେଖଯୋଗ୍ୟ ଯେ କ୍ୟାଟ୍ରିନା କେଫ୍ ଭିକିଙ୍କ ଠାରୁ ବୟସରେ ୪ ବର୍ଷ ବଡ଼ । ସେ ରଣବୀର କପୁରଙ୍କଠାରୁ ଅଲଗା ହେବା ପରେ ଅନେକ ଦୀନ ଧରି ସିଙ୍ଗଲ୍ ଥିଲେ । ଏବେ ତାଙ୍କ ଜୀବନକୁ ଏଣ୍ଟ୍ରି କରିଛନ୍ତି ଭିିକି । ତେବେ ଏତେ ସବୁ ଚର୍ଚ୍ଚା ହେଲା ପରେ ମଧ୍ୟ ଦୁହେଁ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି ।

 

Get real time updates directly on you device, subscribe now.