fbpx

କେନ୍ଦ୍ରମନ୍ତ୍ରୀଙ୍କ ଅଞ୍ଚଳରେ ଚାରିଚକିଆ ଯାନ ଯିବାକୁ ରାସ୍ତା ନାହିଁ: ବାଧ୍ୟ ହୋଇ ବରକୁ କାନ୍ଧରେ ବସାଇ ବାହାରିଲା ଶୋଭାଯାତ୍ରା

ପାଟନା: ସ୍ୱାଧୀନତାର ୭୩ ବର୍ଷ ଅତକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଅନେକ ଅଞ୍ଚଳକୁ ଏବେ ବି ଭଲ ରାସ୍ତା ନାହିଁ । ବିହାରର ବକ୍ସର ଜିଲ୍ଲାର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ଅଞ୍ଚଳରେ ଏହିପରି ଦୂରାବସ୍ଥା ଦେଖିବାକୁ ମିଳିଛି । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅଞ୍ଚଳରେ ରାସ୍ତା ଭଲ ନ ଥିବାରୁ ଜଣେ ବରକୁ ଲୋକମାନେ କାନ୍ଧରେ ବସାଇ କନ୍ୟା ଘରକୁ ଯିବାକୁ ବାଧ୍ୟ ହୋଇଥିଲେ । ବାସ୍ତବରେ ଏହା ଏକ ଲଜ୍ଜାଜନକ କଥା । ।

ବିହାରର ବକ୍ସର ଜିଲ୍ଲାରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି । ନା ଥିଲା ଘୋଡ଼ା ନା ଥିଲା ଦାମି କାର । ଦାମି କାରରେ ବସି ବରଯାତ୍ରାରେ ଯିବାକୁ ଇଚ୍ଛା ଥିଲେ ବି ରାସ୍ତା ସାଜିଥିଲା ମୁଖ୍ୟ ପ୍ରତିବନ୍ଧକ । ଜଣେ ଯୁବକଙ୍କ କାନ୍ଧରେ ବସିଥିବା ଅବସ୍ଥାରେ ବାହାରିଥିଲା ଶୋଭାଯାତ୍ରା । ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଉକ୍ତ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ଏହି ଭିଡିଓରେ ବର ସହ ଅନ୍ୟ ଲୋକମାନେ କାଦୁଅ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳର ଲୋକଙ୍କ ପାଇଁ ପକ୍କା ରାସ୍ତା ସତେ ଯେମିତି ସ୍ୱପ୍ନ ହୋଇ ରହିଯାଇଛି ।

Get real time updates directly on you device, subscribe now.