fbpx

ବିଶ୍ୱର ସବୁଠାରୁ ପ୍ରସିଦ୍ଧ ୫ଟି ବଡ଼ ଓ ସୁନ୍ଦର ଆକ୍ୱାରିୟମ୍

ନୂଆଦିଲ୍ଲୀ : ଦୁନିଆରେ ଏପରି ଅନେକ ଜିନିଷ ଅଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ । ସେହିପରି ସାଧାରଣ ଭାବେ ଆକର୍ଷଣ କରୁଥିବା ଆକ୍ୱାରିୟମ ବିଷୟରେ ବିଚାର କରନ୍ତୁ । ଚାଲନ୍ତୁ ଜାଣିବା ଦୁନିଆର ସବୁଠାରୁ ବଡ଼ ଓ ସୁନ୍ଦର ୫ଟି ଆକ୍ୱାରିୟମ ବିଷୟରେ ।

ଦୁବାଇ ମଲ୍ ଆକ୍ୱାରିୟମ୍: ଦୁବାଇ ମଲ ବିଶ୍ୱର ସବୁଠାରୁ ବଡ ସପିଂ ମଲ ଭାବେ ବେଶ ପରିଗଣିତ । ଏଠାରେ ଥିବା ଆକ୍ୱାରିୟମରେ ୩୩,୦୦୦ରୁ ଅଧିକ ସମୁଦ୍ରିକ ପ୍ରାଣୀ ରହିଛନ୍ତି । ଏହା ଭିତରେ ୪୦୦ରୁ ଅଧିକ ସାର୍କ ଦେଖିବାକୁ ମିଳିଥାଏ ।

• ଜର୍ଜିଆ ଆକ୍ୱାରିୟମ: ଆଟଲାଣ୍ଟାର ଜର୍ଜିୟା ଆକ୍ୱାରିୟମ ହେଉଛି ବିଶ୍ୱର ସବୁଠାରୁ ବଡ ଆକ୍ୱାରିୟମ । ପ୍ରାୟତଃ ୧ ଲକ୍ଷରୁ ଅଧିକ ପ୍ରଜାତିର ସାମୁଦ୍ରିକ ପ୍ରାଣୀ ରହିଛନ୍ତି । ଏହି ବିରାଟକାୟ ଆକ୍ୱାରିୟମରେ କାଲିଫର୍ନିଆର ସମୁଦ୍ର ସିଂହ , ହ୍ୱେଲ ସାର୍କ , ବେଲୁଗା ହ୍ୱେଲ୍ ଓ ବୋଲ୍ଡନୋଜ୍ ଡଲଫିନ୍ ସେଦଖିବାକୁ ମିଳିଥାଏ ।

• ଓସେନୋଗ୍ରାଫିକ୍ ଆକ୍ୱାରିୟମ୍: ଓସେନୋଗ୍ରାଫିକ୍ ଆକ୍ୱାରିୟମ ଦୁନିଆର ସବୁଠାରୁ ବଡ ଆକ୍ୱାରିୟମ ଭାବେ ପରିଚିତ । ଏହା ସ୍ପେନରେ ନିର୍ମିତ ହୋଇଛି । ଏହି ଆକ୍ୱାରିୟମରେ ୪୫,୦୦୦ରୁ ଅଧିକ ପ୍ରଜାତିର ସାମୁଦ୍ରିକ ପ୍ରାଣୀ ଦେଖିବାକୁ ମିଳିଥାଏ ।

• ତୁର୍କଆଜୁ ଆକ୍ୱାରିୟମ: ଏହି ତୁର୍କଆଜୁ ଆକ୍ୱାରିୟମଟି ତୁର୍କୀର ଫୋରମ୍ ଇସ୍ତାନବୁଲ ସପିଂ ମଲରେ ନିର୍ମିତ । ଏହା ଦୁନିଆର ସବୁଠାରୁ ବଡ ଆକ୍ୱାରିୟମ୍ ବୋଲି ବିବେଚନା କରାଯାଇଛି । ଏଥିରେ ପ୍ରାୟତଃ ୧୦,୦୦୦ର ସାମୁଦ୍ରିିକ ପ୍ରାଣୀଙ୍କୁ ଦେଖିବାକୁ ମିଳିଥାଏ ।

• ଓକିନାୱା ଚିରମି ଆକ୍ୱାରିୟମ୍: ଓକିନାୱା ଚିରମି ଆକ୍ୱାରିୟମ ଜାପାନର ଓସେନ ଏକ୍ସପୋ ପାର୍କରେ ନିର୍ମିତ ହୋଇଛି । ଜାପାନୀମାନଙ୍କ ପାଇଁ ଏହା ଏକ ମୁଖ୍ୟ ଆକର୍ଷଣ କେନ୍ଦ୍ର ଅଟେ । ଆକ୍ୱାରିୟମରେ ସାର୍କ , କୋରଲ ଆଦି ସାମୁଦ୍ରିକ ଜୀବ ଦେଖିବାକୁ ପାଇବେ । ଏହି ଆକ୍ୱାରିୟଟି ବହୁତ ବଡ଼ ହେତୁ ସବୁ ପ୍ରକାରର ଜୀବ ଆପଣଙ୍କୁ ପାଖକୁ ଆସୁଥିବା ଭଳି ଲାଗିବ ।

Get real time updates directly on you device, subscribe now.