fbpx

ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ ସେମାନଙ୍କର ବି ଟିକାକରଣ କରାଯାଉ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଟିକାକରଣ ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ଗରିବ ଲୋକଙ୍କ ପାଖରେ ଇଣ୍ଟରନେଟ୍ ର ସୁବିଧା ନାହିଁ ସେମାନଙ୍କୁ ମଧ୍ୟ ବିନା ପଞ୍ଜୀକରଣରେ ଟିକା ଦେବାର ବ୍ୟବସ୍ଥା କରାଯିବା ଦରକାର । ଟିକା ନେବାର ଅଧିକାର ସେମାନଙ୍କର ବି ରହିଛି । ସେମାନଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ ।

ସେ ଆଗକୁ କହିଛନ୍ତି ଯେ, ଟିକା ନେବା ହେଉଛି ପ୍ରତ୍ୟେକଟି ନାଗରିକଙ୍କ ଅଧିକାର । ଆଜି ବି ଦେଶରେ ଅସଂଖ୍ୟ ଗରିବ ରହିଛନ୍ତି ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ର ସୁବିଧା ନାହିଁ । ତେଣୁ ଏମାନଙ୍କୁ ଟିକାକରଣ ପ୍ରକ୍ରିୟାକୁ ବଞ୍ଚିତ ରଖାଯାଇପାରିବ ନାହିଁ । ତେଣୁ ବିନା ରେଜିଷ୍ଟ୍ରେସନ୍ ରେ ବି ଟିକାକରଣ କେନ୍ଦ୍ରକୁ ପାଦରେ ଚାଲି ଚାଲି ଆସୁଥିବା ଲୋକମାନଙ୍କୁ ଟିକା ଦିଆଯିବାର ଆବଶ୍ୟକତା ରହିଛି । ଏନେଇ ସେ ଟୁଇଟ୍ କରି କହିଛନ୍ତି ।

Get real time updates directly on you device, subscribe now.