fbpx

୧.୧୨ କୋଟି କେନ୍ଦ୍ର କର୍ମଚାରୀ ପାଇଁ ଖୁସିଖବର: ୨୬ ଜୁନରେ ମିଳିବ ମହଙ୍ଗା ଭତ୍ତାର ଉପହାର !

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ବଡ ଖବର । ମହଙ୍ଗା ଭତ୍ତା ବା ଡିଏକୁ ଅପେକ୍ଷା କରିଥିବା ପ୍ରାୟ ୫୨ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୦ ଲକ୍ଷ ପେନସନଭୋଗୀଙ୍କୁ ଖୁବଶୀଘ୍ର ଉପହାର ମିଳିପାରେ । କେନ୍ଦ୍ର କର୍ମଚାରୀଙ୍କୁ ଡିଏ ଓ ପେନସନଭୋଗୀଙ୍କୁ ମିଳୁଥିବା ଡିଆର ମାମଲାକୁ ନେଇ ସିଜେଏସର ପ୍ରତିନିଧିତ୍ୱ କରୁଥିବା ଜେସିଏମର ଗୁରୁତ୍ୱପୂର୍ଣ୍ଣ ବୈଠକ ୨୬ ଜୁନରେ ହେବାକୁ ଯାଉଛି । ଏହି ବୈଠକ ବିଷୟରେ ଜେନେରାଲ କାଉନସିଲ ଅଫ୍ ଜେସିଏମ ପକ୍ଷରୁ ସୂଚନା ଦିଆଯାଇଛି ।

ନ୍ୟାସନାଲ କାଉନସିଲ ଜେସିଏମ୍ ଅନୁସାରେ, ୨୬ ଜୁନ୍ ୨୦୨୧ ରେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ, ଡିଓପିଟିର ଅଧିକାରୀ ଓ ଜେସିଏମ୍ ପ୍ରତିନିଧୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ସୂତ୍ରରୁ ମିଳିଥିବା ଖବର ମୁତାବକ ଏହି ସମ୍ମିଳନୀରେ ଭାରତର କ୍ୟାବିନେଟ ସଚିବ ଅଧ୍ୟକ୍ଷତା କରିବେ । ବୈଠକର ଏଜେଣ୍ଡା ସମ୍ପର୍କରେ ଜେସିଏମର ଜାତୀୟ ପରିଷଦ ପରିଷଦର ଶିବ ଗୋପାଳ ମିଶ୍ର ଉତ୍ତର ଦେଇଛନ୍ତି ଯେ ଏହି ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ତଥା କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ସପ୍ତମ ସିପିସି ଡିଏ ଏବଂ ସପ୍ତମ ସିପିସି ଡିଆର ସୁବିଧା (ସପ୍ତମ ବେତନ ଆୟୋଗ) ଉପରେ ଆଲୋଚନା କରାଯିବ । ଏଆଇସିପିଆଇ ଡେଟା ମୁତାବକ, ଜାନୁଆରୀରୁ ନେଇ ଜୁନ୍ ୨୦୨୧ ମଧ୍ୟରେ ମହଙ୍ଗା ଭତ୍ତାରେ ଅତି କମରେ ୪ ପ୍ରତିଶତ ବୃଦ୍ଧି କରାଯାଇପାରେ ।

Get real time updates directly on you device, subscribe now.