fbpx

କୋଭାକ୍ସିନକୁ ଝଟକା! ଆମେରିକାରେ ମିଳିଲାନି ଜରୁରୀ ଅନୁମତି

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନକୁ ଆମେରିକାରେ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ମିଳିନାହିଁ । ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) ଏହାର ଇମରଜେନ୍ସି ୟୁଜ ଅଥରାଇଜେସନ ବା (ଇୟୁଏ) ପାଇଁ ମନାକରିଦେଇଛନ୍ତି । ଭାରତ ବାୟୋଟେକର ଆମେରିକା ପାର୍ଟନର ଓକ୍ୟୁଜେନ ଏଫଡିଏ ସହ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିଲେ । କୁହାଯାଉଛି ସଂପୂର୍ଣ୍ଣ ତଥ୍ୟ ନଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏଭଳି ସ୍ଥିତିରେ କୋଭାକ୍ସିନକୁ ଆମେରିକାରେ ମଞ୍ଜୁରୀ ମିଳିବାକୁ କିଛି ସମୟ ଲାଗିପାରେ ବୋଳି ଓକ୍ୟୁଜେନ ତରଫରୁ କୁହାଯାଇଛି । ଓକ୍ୟୁଜେନ ତରଫରୁ କୁହାଯାଇଛି ଏଫଡିଏର ପରାମର୍ଶ ଅନୁଯାୟୀ କୋଭାକ୍ସିନ ପାଇଁ ବିଏଲଏ ଦାଖଲ କରାଯିବ । ବାୟୋଲୋଜିକ୍ସ ଲାଇସେନ୍ସ ଆବେଦନ ବା ବିଏଲଏ, ଏଫଡିଆଇର ପୂର୍ଣ୍ଣ ଅନୁମୋଦନ ବ୍ୟବସ୍ଥା ଅଟେ । ଏହାଦ୍ୱାରା ଔଷଧ ଏବଂ ଟିକାକୁ ମଞ୍ଜୁରୀ ଦିଆଯାଇଥାଏ ।

ଏହା ସହ କମ୍ପାନୀ କହିଛି ପୂର୍ବରୁ ସମସ୍ତ ତଥ୍ୟ ଦିଆଯାଇଥିଲା ତେଣୁ ଏବେ ପୁଣିଥରେ ଇମରଜେନ୍ସି ୟୁଜ ଅଥରାଇଜେସନ ପାଇଁ ଦରକାର ନଥିବା ଏଫଡିଏ କହିଛି ଏହା ସହ ଏଫଡିଏ ମାଷ୍ଟର ଫାଇଲ ପାଇଁ ଓକ୍ୟୁଜେନକୁ ପରାମର୍ଶ ଦେଇଛି । ଏହା ସହ ଏଫଡିଏ ଓକ୍ୟୁଜେନକୁ କୋଭାକ୍ସିନ ପାଇଁ ଇୟୁଏ ଆବେଦନ ନକରି ଏହାର ବିଏଲଏ ଆବେଦନ ପାଇଁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି । ଏହା ସହ ଅତିରିକ୍ତ ତଥ୍ୟ ଦେବାକୁ ନିବେଦନ କରିଛି ।’

ଓକ୍ୟୁଜେନ କହିଛି ଏହାଦ୍ୱାରା ଆମେରିକାରେ କୋଭାକ୍ସିନ ଲଞ୍ଚରେ ବିଳମ୍ବ ହୋଇପାରେ । କମ୍ପାନୀ ବିଏଲଏ ଦାଖଲ ପାଇଁ ଏବଂ ଭ୍ୟାକ୍ସିନର ଆବେଦନ ପାଇଁ ଆବଶ୍ୟକ ଅତିରିକ୍ତ ଦସ୍ତାବେଜ ଏଫଡିଆଇକୁ ଦେବା ପାଇଁ କହିଛି ।

ସେପଟେ ଟିକାର ତୃତୀୟ ପର୍ଯ୍ୟାୟ ତଥ୍ୟ ଦାଖଲ ପରେ ବିଶେଷଜ୍ଞଙ୍କ ଦ୍ୱାରା ଦୁଇରୁ ଚାରି ମାସ ମଧ୍ୟରେ ସମୀକ୍ଷା କରାଯିବ ବୋଲି ଭାରତ ବାୟୋଟେକ ପ୍ରୋଜେକ୍ଟ ହେଡ ରେଚେସ ଇଲା କହିଛନ୍ତି । କମ୍ପାନୀ ଏପର୍ଯ୍ୟନ୍ତ ଏହାର ତଥ୍ୟକୁ ସାର୍ବଜନୀନ କରିନାହିଁ । ସେ ଟ୍ୱିଟରରେ ଲେଖିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭାକ୍ସିନର ନଅଟି ପ୍ରକାଶନ ହୋଇଛି ଏବଂ ଦଶମ ପ୍ରକାଶନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରଭାବ ବିଷୟରେ ରହିବ ।

Get real time updates directly on you device, subscribe now.