fbpx

‘ଗର୍ଲଫ୍ରେଣ୍ଡକୁ ଭେଟିବି, ମେଟ୍ରୋ ଚାଲୁଛିକି?’, ଜାଣନ୍ତୁ ଯୁବକଙ୍କୁ କଣ ମିଳିଲା ଉତ୍ତର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଦିଲ୍ଲୀ ମେଟ୍ରୋ ପକ୍ଷରୁ ଜଣେ ଯାତ୍ରୀଙ୍କୁ ଦିଆଯାଇଥିବା ମଜାଦାର୍ ଉତ୍ତର । ତେବେ ଜଣେ ଯାତ୍ରୀ ଟୁଇଟ୍ କରି ଦିଲ୍ଲୀ ମେଟ୍ରୋକୁ ଏକ ଏଭଳି ପ୍ରଶ୍ନ ପଚାରିଛନ୍ତି । ଯାହା ଏବେ ୟୁଜର୍ ଙ୍କ ଧ୍ୟାନ ଆକର୍ଷଣ କରିଛି । କଥା ହେଉଛି, ଦିଲ୍ଳୀରେ ବର୍ତ୍ତମାନ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଜରେ ଯୁବକ ଦିଲ୍ଲୀ ମେଟ୍ରୋକୁ ଟୁଇଟ୍ କରି ନିଜ ଗର୍ଲଫେଣ୍ଡଙ୍କ ଉଦ୍ଦେଶ୍ୟରେ ପଚାରିଥିଲେ, ‘ମେଟ୍ରୋ ଚାଲୁଛି କି?’ । ଆଉ ଏହାର ଉତ୍ତରରେ ଦିଲ୍ଲୀ ମେଟ୍ରୋ ଏକଦମ୍ ଫିଲ୍ମି ଅନ୍ଦାଜରେ ଦେଇଛି । ଯାହା ଏବେ ସୋସିଆଲ ମିଡିଆରେ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି ।

ଉକ୍ତ ଯାତ୍ରୀ ଜଣକ ରେଳ ନିଗମ (ଡିଏମଆରସି)କୁ ଟୁଇଟର୍ ରେ ଟ୍ୟାଗ୍ କରି କହିଥିଲେ ଯେ, “ସପ୍ତାହାନ୍ତରେ ମେଟ୍ରୋ ଚାଲିବ କି? ଦୟା କରି ନିଶ୍ଚିତ କୁହନ୍ତୁ, ଗର୍ଲଫ୍ରେଣ୍ଡକୁ ଭେଟିବାକୁ ଯିବାର ଅଛି । ନହେଲେ ନିଶ୍ଚିତ ବ୍ରେକ୍ ଅପ୍ ହୋଇଯିବ । ଧନ୍ୟବାଦ” । ଆଉ ଏହାର ଉତ୍ତର ଦେବାକୁ ଯାଇ ଡିଏମଆରସି ପକ୍ଷରୁ ଫିଲ୍ମୀ ଷ୍ଟାଇଲ୍ ରେ କୁହାଯାଇଛି ଯେ, “ମେଟ୍ରୋ ଚାଲୁଛି ମୋ ବନ୍ଧୁ । ଜା ଜିଲେ ଅପନି ଜିନ୍ଦଗୀ” । ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ ଫିଲ୍ମର ଡାଇଲଗ୍ ‘ସିମରନ୍ ଜା ଜୀ ଲେ ଅପନୀ ଜିନ୍ଦଗୀ’ ବହୁତ ଫେମସ୍ ଥିଲା ।

ଡିଏମଆରସି ଉକ୍ତ ଯାତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ଉପରୋକ୍ତ ମଜାଦାର କ୍ୟାପସନ୍ ଦେବା ସହିତ ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ର ଏକ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଅମ୍ରିଶ ପୁରୀ ରେଳ ଷ୍ଟେସନ୍ ରେ କାଜୋଲଙ୍କ ହାତ ଛାଡି ତାଙ୍କୁ କହିଥିଲେ, ‘ସିମରନ୍ ଜା ଜୀ ଲେ ଆପନକ୍ସ ଜିନ୍ଦେଗୀ’।

Get real time updates directly on you device, subscribe now.