fbpx

ମାଛ ଧରିବାକୁ ଯାଇଥିବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର

ରାଜନଗର(ଓଡିଶା ଭାସ୍କର): ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭିତରକନିକାରେ ପ୍ରବାହିତ ହେଉଥିବା ନଦୀରୁ ଜଣେ ମହିଳାଙ୍କୁ ଝାମ୍ପି ନେଇଛି କୁମ୍ଭୀର । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ଯାଇଥିବା ଜଣେ ମହିଳାଙ୍କୁ କୁମ୍ଭୀର ଝାମ୍ପି ନେଇଥିବା ଜଣାପଡିଛି । ତେବେ ସେଠାକାର ଲୋକ ମାନେ ନଦୀ ଉପରେ ନିର୍ଭର କରି ଚାଳୁଥିବା ବେଳେ ଆଜି ମାଛ ଧରିବାକୁ ଯାଇଥିବା ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଥିବା ସୂଚନା ମିଳିଛି । ଏ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନି । ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ସେଠାରେ ବନ କର୍ମଚାରୀ ପହଞ୍ଚିଥିବା ବେଳେ ବର୍ତ୍ତମାନ ଗ୍ରାମବାସୀ ଓ କର୍ମଚାରୀ ମାନେ ଉମାରାଣୀଙ୍କୁ ଖୋଜାଖୋଜି କରୁଛନ୍ତି ।

Get real time updates directly on you device, subscribe now.