fbpx
BSKY SKY
BSKY SKY

ଧାରା ୩୭୦ ସମ୍ପର୍କରେ ମତ ଦେଇ ଅଡୁଆରେ କଂଗ୍ରେସ ନେତା, ଜାଣନ୍ତୁ ସେ କିଏ…

BSKY

ନୂଆଦିଲ୍ଲୀ: କ୍ଲବ ହାଉସ ଚାଟିଂ ସମୟରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ସମ୍ପର୍କିତ ବିବୃତି ଦେଇ ଅଡୁଆରେ ପଡ଼ିଯାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । ଗୋଟିଏ ପଟେ ଆର୍ଟିକିଲ ୩୭୦ ଉପରେ ବୟାନ ଦେବାକୁ ନେଇ ଭାରତୀୟ ଜନତା ପାର୍ଟି ତାଙ୍କୁ ସମାଲୋଚନା କରିଥିବାବେଳେ ଅନ୍ୟପଟେ ଜମ୍ମୁ-କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏହାକୁ ନେଇ ଖୁସି ହୋଇଛନ୍ତି ।

ନ୍ୟାସନାଲ କନଫରେନ୍ସର ପ୍ରମୁଖ ଅବଦୁଲ୍ଲା କହିଛନ୍ତି ଯେ ମୁଁ ଦିଗବିଜୟ ସିଂହଙ୍କୁ ଧନ୍ୟବାଦ ଦେଉଛି । ସେ ଲୋକଙ୍କ ଭାବନାକୁ ଅନ୍ୟ ଦଳ ଭଳି ଦୃଦୟଙ୍ଗମ କରିଛନ୍ତି ଏବଂ ଏହି ବିଷୟରେ କଥା ହୋଇଛନ୍ତି । ଆଲୋଚନା କରିଥିବା ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ଏବଂ ଆଶ କରୁଛି ସରକାର ଏହା ଉପରେ ନିଶ୍ଚୟ ଧ୍ୟାନ ଦେବେ ବୋଲି ଅବଦୁଲ୍ଲା କହିଛନ୍ତି ।

ସୂଚନା ଅନୁସାରେ ଦିଗବିଜୟ ସିଂହଙ୍କର କ୍ଲବ ହାଉସ ଚ୍ୟାଟର ଏକ ଅଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସେ କହୁଛନ୍ତି ଯଦି କଂଗ୍ରେସ ପୁଣିଥରେ ସତ୍ତାକୁ ଆସେ ତା’ହେଲେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି ଥରେ ଲାଗୁ କରିବା ଉପରେ ବିଚାର କରିପାରେ । ବିଜେପି ନେତା ଏବଂ ପାର୍ଟିର ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଦିଗବିଜୟ ସିଂହଙ୍କ ଏହି କ୍ଲବ ହାଉସ ଚ୍ୟାଟର ଅଡିଓ ଜାରି କରିଛନ୍ତି । କ୍ଲବ ହାଉସ ଚ୍ୟାଟିଂର ଏକ ଅଂଶ ଟ୍ୱିଟରରେ ସେୟାର କରିବା ସହ ଲେଖିଛନ୍ତି ଯେ କ୍ଲବ ହାଉସ ଚ୍ୟାଟିଂରେ ରାହୁଲ ଗାନ୍ଧୀଙ୍କର ମୁଖ୍ୟ ସହଯୋଗୀ ଦିଗବିଜୟ ସିଂହ ଜଣେ ପାକିସ୍ତାନୀ ପତ୍ରକାରଙ୍କୁ କହିଥିଲେ ଯଦି କଂଗ୍ରେସ ପୁଣିଥରେ ସତ୍ତାକୁ ଆସେ ତା’ହେଲେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁଣି ଥରେ ଲାଗୁ କରିବା ଉପରେ ପୁନଃ ବିଚାର କରିପାରେ । ତେବେ ପ୍ରକୃତରେ ପାକିସ୍ତାନ ଏହାହିଁ ତ ଚାହୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଦାବି ହେଉଛି ଦିଗବିଜୟ ସିଂହଙ୍କ କ୍ଲବ ହାଉସ ଚାଟ୍ ସମୟରେ ପାକିସ୍ତାନୀ ସାମ୍ବାଦିକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ ଏବଂ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଦିଗବିଜୟ ସିଂହ ଏହା କହିଛନ୍ତି ।

Get real time updates directly on you device, subscribe now.