fbpx

ବ୍ଲାକ ଫଙ୍ଗସର ଔଷଧ ହେଲା ଟ୍ୟାକ୍ସ ଫ୍ରୀ, କରୋନା ଟିକା ଉପରେ ୫% ଜିଏସଟି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଏସଟି କାଉନସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ କରୋନା ଟିକା ଓ ଜିଏସଟିରେ କୌଣସି ପରିବର୍ତ୍ତନ କରାଯାଇନଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ଜିଏସଟି କାଉନସିଲ ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ବ୍ୟବହୃତ ଦୁଇ ଔଷଧ ଉପରୁ ଟିକସ ସମ୍ପୂର୍ଣ୍ଣ ଉଠାଯାଇଛି । ଟୋସଲିଜୁମାବ, ଆମ୍ଫୋଟେରିସିନ-ବି ଉପରେ ଏଣିକି କୌଣସି ଟିକସ ଲାଗିବନାହିଁ । ପୂର୍ବରୁ ଏହି ୨ ଔଷଧ ଉପରେ ୫% ଜିଏସି ଲାଗୁ ହେଉଥିଲା ।’

ସେହିପରି କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ ଜିଏମଟି ହ୍ରାସ କରାଯାଇଛି । ରେମଡେସିଭିର ଉପରୁ ଜିଏସଟି ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । କୋଭିଡ ଚିକିତ୍ସାରେ ବ୍ୟବହୃତ ସରଞ୍ଜାମ ଉପରୁ ବି ଟିକସ ହ୍ରାସ ହୋଇଛି । ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟର ଉପରୁ ଜିଏସଟି ୧୨ରୁ ୫%କୁ ହ୍ରାସ କରାଯାଇଛି । କୋଭିଡ ଟେଷ୍ଟିଂ କିଟ ଉପରୁ ବି ଜିଏସଟି ୧୨%ରୁ କମି ୫% ହୋଇଛି । ଅକ୍ସିମିଟର, ସାନିଟାଇଜର, ଉତ୍ତାପ ମାପକ ଯନ୍ତ୍ରରୁ ଜିଏସଟି ୫%କୁ ହ୍ରାସ ପାଇଛି । ଆମ୍ବୁଲାନ୍ସ ଉପରୁ ମଧ୍ୟ ଟିକସ ୨୮%ରୁ ୧୨%କୁ ହ୍ରାସ ପାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.