fbpx

ଆର ପାରିରେ ‘ନିଶାକର ସାର୍‌’, ଆଉ ନାହାନ୍ତି ସବୁରି ପ୍ରିୟ ଦିଗଦର୍ଶକ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଭଞ୍ଜନଗର କଲେଜର ପ୍ରାକ୍ତନ ଓଡ଼ିଆ ବିଭାଗର ଅଧ୍ୟାପକ, ‘ବହିତ୍ର’  ପତ୍ରିକା ସମ୍ପାଦନା କରି ଭଞ୍ଜ ସାହିତ୍ୟର ବ୍ୟାପକ ପ୍ରଚାର ଓ ପ୍ରସାର କରିଥିବା ସୁନାମଧନ୍ୟ ବିଶିଷ୍ଟ ସାହିତ୍ୟିକ, ଡକ୍ଟର ନିଶାକର ପାଢ଼ୀ ସାର୍‌ଙ୍କ ଦେହାନ୍ତ ଘଟିଛି।

ନିର୍ଭେଜାଲ ଶିଶୁ ସୁଲଭ ହସ ସବୁଦିନ ପାଇଁ ନିରବି ଯାଇଛି l ସାର୍‌ ଥିଲେ ସବୁରି ପ୍ରିୟ l ଜୀବନରେ ଥରେ ବି ଭେଟିଥିବା ମଣିଷ ତାଙ୍କୁ ଭୁଲି ପାରି ନଥିବ ଜୀବନରେ l ଅଧ୍ୟାପନା କାଳରେ ବିଭିନ୍ନ କଲେଜ ବୁଲିଥିଲେ  ବି ବାଙ୍କୀରେ ଦୀର୍ଘ ବର୍ଷ ଧରି ରହିଥିଲେ l ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (KSUB) କଲେଜରେ ଦୀର୍ଘ ୨୨ ବର୍ଷ ରହିଥିଲେ। ରହିଥିଲେ ନାହିଁ, ଗଢ଼ିଥିଲେ ଅନେକ ସୁଯୋଗ୍ୟ ଛାତ୍ର। ତାଙ୍କରି ପ୍ରେରଣାରେ ଆଜି ରବି ଜେନାଠୁ ଆରମ୍ଭ କରି ପ୍ରଶାନ୍ତ ମହାନ୍ତି ପର୍ଯ୍ୟନ୍ତ ଅନେକ ବରେଣ୍ୟ କବି ସାହିତ୍ୟକୁ ରୁଦ୍ଧିମନ୍ତ କରିପାରିଛନ୍ତି।

 ଏକଦା ଏମିତି…

ଅଠର ବର୍ଷରୁ କମ ବୟସ କବି ମାନଙ୍କୁ ନେଇ poetry societyରେ ସାର୍‌ଙ୍କ ଭୂମିକା ଅନନ୍ୟ- ଅଦ୍ଵିତୀୟ। ପିଲାଟିବେଳୁ ସେ ଥିଲେ ସାରସ୍ଵତ ମନସ୍କ। #ଜହ୍ନ_ଓ _ରିବନ  ଏକଦା ଚହଳ ସୃଷ୍ଟି କରିଥିଲା l ଯାହା ଥିଲା ତାଙ୍କର ମାନସ ପ୍ରସୂତ। ନନ୍ଦ କିଶୋର ବଳଙ୍କ ପଲ୍ଲୀ ସାହିତ୍ୟ ଉପରେ ପିଏଚଡି କରିଥିଲେ ଆଉ ଭଞ୍ଜ ସାହିତ୍ୟ ଉପରେ ପର୍ଯ୍ୟବେସିତ ଗବେଷଣା ଧର୍ମୀ ପତ୍ରିକା #ବହିତ୍ର ର ସେ ଥିଲେ ସୁଯୋଗ୍ୟ #ସମ୍ପାଦକ l ତାଙ୍କର ବିୟୋଗ ସାରା ଓଡ଼ିଶା ସାହିତ୍ୟକୁ କନ୍ଦାଇଛି। ସମସ୍ତେ ଜଣାଉଛନ୍ତି ଭକ୍ତିପୂତ ଶ୍ରଦ୍ଧଞ୍ଜଳି। ଭଞ୍ଜ ସାହିତ୍ୟ ପ୍ରେମୀ ତତୋଧିକ କଷ୍ଟ ଅନୁଭବ କରୁଥିବା ଜଣାପଡ଼ିଛି।

Get real time updates directly on you device, subscribe now.