fbpx

କନଷ୍ଟେବଳଙ୍କୁ ଚାପୁଡ଼ା ମାରିଲେ ବିଧାୟିକା, ତା’ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାୟିକାଙ୍କ ଦାଦାଗିରି! ଭୁଲ୍ କଲେ ପୁତୁରା ଆଉ ଚାପୁଡ଼ା ଖାଇଲେ କନଷ୍ଟେବଳ । ଏଭଳି ଏକ ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି । କର୍ତ୍ତବ୍ୟରତ ଜଣେ ପୋଲିସ୍ କର୍ମଚାରୀଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ ବିଧାୟିକାଙ୍କ ପୁତୁରାଙ୍କୁ ରାସ୍ତାରେ ଅଟକାଇ ଚାଲାଣ କାଟିଥିଲେ କନଷ୍ଟେବଳ । ଏଥିରେ ବିଧାୟିକା ଖୁବ୍ ରାଗି ଯାଇଥିଲେ ଆଉ ସମ୍ପୃକ୍ତ କନଷ୍ଟେବଳଙ୍କୁ ମାରିଥିଲେ ଚାପୁଡ଼ା । ହେଡ୍ କନଷ୍ଟେବଳ ମହେନ୍ଦ୍ର ନାଥଙ୍କ କହିବା ହେଲା ନାକାବନ୍ଦୀ ଅଞ୍ଚଳରେ ବାଇକ୍ ଚଳାଉଥିବାବେଳେ ପୋଲିସ୍ ସୁନୀଲ ବାରିଆଙ୍କୁ ଅଟକାଇଥିଲା । ତେବେ କରୋନା କଟକଣା ପାଇଁ ପୋଲିସର କର୍ତ୍ତବ୍ୟ ବିରୋଧରେ ଯାଇଥିଲେ ସୁନୀଲ୍ । ପୋଲିସର କଲାର୍ ଧରି ଚାକିରିରୁ ବିଦା କରିବା ଧମକ ବି ଦେଇଥିଲେ । ଫଳରେ ହେଡ୍ କନଷ୍ଟେବଳ ମହେନ୍ଦ୍ର ତାଙ୍କ ନାଁରେ କାଟିଥିଲେ ଚାଲାଣ । ଏଥିସହ ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ ମଧ୍ୟ କରାଇଥିଲେ । କିନ୍ତୁ ଥାନା ଅଧିକାରୀ କହିଥିଲେ ସେ ହେଉଛନ୍ତି ବିଧାୟିକାଙ୍କ ପୁତୁରା । ତେଣୁ ବିଧାୟିକାଙ୍କୁ ଭୁଲ୍ ମାଗିବାକୁ ପଡ଼ିବ । କିନ୍ତୁ ମହେନ୍ଦ୍ର ଏହାର ପ୍ରତିବାଦ କରିଥିଲେ ଓ ଏଭଳି କରିବାକୁ ରାଜି ହୋଇନଥିଲେ । ପରିସ୍ଥିତି ବିଗିଡ଼ିବା ସ୍ଥିତିକୁ ଯିବା ପରେ ଶେଷରେ ବିଧାୟିକାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏଥିସହ କନଷ୍ଟେବଳ ମହେନ୍ଦ୍ରଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଘଟଣାର ଚାଲିଛି ଉଚ୍ଚସ୍ତରୀୟ ତଦନ୍ତ ।

ଏଭଳି ଘଟଣା ଘଟିଛି ରାଜସ୍ଥାନର ବାଂଶୱାଡ଼ା ଜିଲ୍ଲା କୁଶଳଗଡ଼ରେ । ବିଧାୟିକା ଜଣଙ୍କ ହେଉଛନ୍ତି ରାମିଲା ଖାଦିଆ । ଏହାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର୍ ଧରିଛି ।

Get real time updates directly on you device, subscribe now.