fbpx

ସଂସଦୀୟ କମିଟି ସାମନାରେ ହାଜର ହେବ ଟୁଇଟର୍, ନୂଆ ଆଇଟି ନିୟମକୁ ନେଇ ହେବ ସମ୍ୟକ୍ ଆଲୋଚନା

ନୂଆଦିଲ୍ଲୀ: ଚଳିତ ବର୍ଷ ଲାଗୁ ହୋଇଥିବା ନୁତନ ଆଇଟି ନିୟମକୁ ନେଇ ଏପର୍ଯ୍ୟନ୍ତ ବିବାଦ ଥମିବାର ନାଁ ନେଉନି । ଏଥିମଧ୍ୟରେ ସଂସଦର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ସଂସଦୀୟ ଷ୍ଟାଣ୍ଡିଂ କମିଟି ମାଇକ୍ରୋବ୍ଲଗିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଅଧିକାରୀମାନଙ୍କୁ ଜୁନ୍ ୧୮ ରେ ହାଜର ହେବାକୁ କହିଛନ୍ତି । ନୂତନ ଆଇଟି ନିୟମକୁ ନେଇ କେନ୍ଦ୍ର ସହ ଚାଲିଥିବା ବିବାଦ ମଧ୍ୟରେ ଟ୍ୱିଟର ଅଧିକାରୀଙ୍କୁ ହାଜର ହେବାକୁ କୁହାଯାଇଛି ।

ଏହା ବ୍ୟତୀତ ସଂସଦୀୟ କମିଟି ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ମଧ୍ୟ ସେମାନଙ୍କ ମତାମତ ଉପସ୍ଥାପନ କରିବାକୁ କହିଛନ୍ତି । ଏଥିସହିତ ଡିଜିଟାଲ ପ୍ଲାଟଫର୍ମରେ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ । ସୂତ୍ରରୁ ପ୍ରକାଶ ଯେ ସୋସିଆଲ ମିଡିଆ କମ୍ପାନୀ ସହ ଏହି ଆଲୋଚନା ବଢ଼ାଯିବ ।

ଏହି ପରିପ୍ରେକ୍ଷୀରେ ପ୍ରଥମେ ଟୁଇଟର୍ ର ପକ୍ଷ ଶୁଣାଯିବ ଓ ଏହାପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଅଧିକାରୀମାନଙ୍କ ଯୁକ୍ତି ଶୁଣାଯିବ । ଏଥିସହିତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଭିନ୍ନ ନ୍ୟୁଜ୍ ମିଡିଆ ପୋର୍ଟାଲ ମାନେ ପ୍ରସାର କରୁଥିବା ଭୁଲ୍ ଖବର ଉପରେ ରୋକ୍ ଲଗାଯିବା ନେଇ ମଧ୍ୟ ନିଷ୍ପତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି ।

 

Get real time updates directly on you device, subscribe now.