fbpx

ପୁଣି ଫେରିବ ‘ପବିତ୍ର ରିସ୍ତା’; ଜାଣନ୍ତୁ ମାନବଙ୍କ ଭୂମିକାରେ କିଏ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକତା କପୁରଙ୍କ ଲୋକପ୍ରିୟ ଟିଭି ସିରିଏଲ “ପବିତ୍ର ରିସ୍ତା’ର ସିକ୍ୱେଲର ଖବର ଗତବର୍ଷ ଠାରୁ ଚର୍ଚ୍ଚା ହେଉଛି । ଏହି ସିରିଏଲ ୧୨ ଜୁନ ୨୦୨୧କୁ ୧୨ ବର୍ଷ ପୂରଣ କରିଛି । ଏହାକୁ ମନେ ପକାଇ ଅଙ୍କିତା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସୁଶାନ୍ତ ସହ ଜଡିତ କିଛି ଭିଡିଓ କ୍ଲିପ୍ ସେୟାର କରିଥିଲେ । ସୁଶାନ୍ତଙ୍କର ମୃତ୍ୟୁ ହେବା ପରେ ଏହାର ଆଲୋଚନା ଆରମ୍ଭ ହୋଇଥିଲା । କୁହାଯାଉଥିଲା କି ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୁଣି ଥରେ ଏହି ସିରିଏଲକୁ ଆରମ୍ଭ କରିବାକୁ ଚାହୁଁଛନ୍ତିା

ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଏହି କାଷ୍ଟକୁ ନେଇକି ଅଙ୍କିତା ଲୋଖଣ୍ଡେ ଅର୍ଚ୍ଚନା ଭୂମିକାରେ ନଜର ଆସିବା ବେଳେ ମାନବ ଭୂମିକାରେ ନଜର ଆସିବେ ଶାହୀର ଶେଖ୍ । ଦୀର୍ଘ ୭ବର୍ଷ ପରେ ଅଙ୍କିତା ପୁଣି ଥରେ ଅର୍ଚ୍ଚନା ଚରିତ୍ରକୁ ଫେରିବେ । କିନ୍ତୁ ଯେତେବେଳେ “ପବିତ୍ର ରିସ୍ତା’ ପୁଣି ଥରେ ଟିଭି ପରଦାକୁ ଫେରିବାର ଖବର ଆସିଥିଲା । ସେତେବେଳେ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ କି ସେ ସୁଶାନ୍ତଙ୍କ ସ୍ଥାନରେ ଆଉ କାହାକୁ ଦେଖିବୁ ନାହିଁ ।

୨୦୦୯ରେ ଆସୁଥିବା “ପବିତ୍ର ରିସ୍ତା’ ରେ ସୁଶାନ୍ତ ସିଂହ ରାଜପୁତ୍ ଓ ଅଙ୍କିତା ଲୋଖଣ୍ଡେ ତାଙ୍କ ଅଭିନୟ ଜରିଆରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ । ଏହା ଅଙ୍କିତାଙ୍କର ଡେବ୍ୟୁ ସରିଏଲ ଥିଲା । ଶୋ ରେ ଅଙ୍କିତା ଓ ସୁଶାନ୍ତ ଭୂମିକାରେ ଥିବା ବେଳେ ଦର୍ଶକଙ୍କ ଠାରୁ ଅନେକ ଭଲ ପାଇବା ମିଳିଥିଲା । ୨୦୧୧ରେ ସୁଶାନ୍ତ ଏହି ଶୋ ଛାଡିବା ପରେ ହିତେନ୍ ତେଜୱାନୀ ମାନବଙ୍କ ଚରିତ୍ରରେ ନଜର ଆସିଥିଲେ । ୨୦୧୪ରେ ହେି ସିରିଏଲ ବନ୍ଦ ହୋଇଯାଇଥିଲା । ଏହି ଶୋ ପୁଣି ଥରେ ଆରମ୍ଭ ହେବ ବୋଲି ଚର୍ଚ୍ଚାରେ ହୋଇଥିଲା ।

ସୂଚନା ଅନୁଯାୟୀ, ପବିତ୍ର ରିସ୍ତା ୨.୦ର କନସେପ୍ଟ ପ୍ରସ୍ତୁତ ହୋଇସାରିଛି । ଏହାକୁ ଏକତା କପୁର କାଷ୍ଟି କରୁଛନ୍ତି । ଅଙ୍କିତା ଅର୍ଚ୍ଚନା ଭୂମିକାରେ ଥିବା ବେଳେ ମାନବ ଭୂମିକା ପାଇଁ ଶାହୀର ଶେଖଙ୍କୁ ବଛାଯାଇଛି । ବାକି କାଷ୍ଟ ପାଇଁ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏନେଇ ଏକତା କପୁର ଓ ଅଙ୍କିତାଙ୍କ ତରଫରୁ ଅଫିସିଆଲ ଘୋଷଣା କରାଯାଇ ନାହିଁ ।

ଅଧିକ ପଢ଼ନ୍ତୁ

ଗର୍ଭବତୀବେଳେ ଆସିଥିଲା ବିବାହ ପ୍ରସ୍ତାବ, ଜାଣନ୍ତୁ କିଏ କହିଲେ ‘ସଚ୍ କହୁଁ ତୋ’ …

Get real time updates directly on you device, subscribe now.