fbpx

ଈର୍ଷାରେ ଜଳିଥିଲେ ଶିଳ୍ପା, ହିଟ୍ ଗୀତରେ ସାମିଲ୍ ହୋଇପାରିଲେନି ବୋଲି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାତଛଡ଼ା ହେଉକି ସୁଯୋଗ ନମିଳୁ… ଗୋଟିଏ ଗୀତ ଏତେ ହିଟ୍ ହୋଇଗଲା ଯେ, ସେଥିରେ ସାମିଲ ହୋଇନପାରିବାର ଦୁଃଖ ରହିଗଲା । ଖାଲି ସେତିକି ନୁହେଁ, ଈର୍ଷାରେ ଜଳିଥିଲେ ଜଣେ ଅଭିନେତ୍ରୀ । ୧୯୯୩ର ସୁପର୍ ହିଟ୍ ଚଳଚିତ୍ର ‘ବାଜିଗର’ ଚଳଚ୍ଚିତ୍ରରେ ବଲିଉଡ୍ ଏଣ୍ଟ୍ରି କରିଥିଲେ ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । କିନ୍ତୁ ସେଥିରେ ଥିବା ଅନ୍ୟତମ ଲୋକପ୍ରିୟ ଗୀତ ‘ୟେ କାଲୀ କାଲୀ ଆଖେଁ’ରେ ଅଂଶୀଦାର ନହେବାର ଦୁଃଖ ଆଜି ମଧ୍ୟ ତାଙ୍କର ରହିଯାଇଛି । ସେ ଗୀତରେ ଶାହରୁଖ ଖାନଙ୍କ ସହ କାଜୋଲଙ୍କ ଯୋଡ଼ି ବେଶ୍ ଜମିଥିଲା । ଏହାକୁ ଅବସୋସ ମନେକରୁଛନ୍ତି ଶିଳ୍ପା । ଏହା ଆମେ କହୁନୁ, ସେ ନିଜେ ଏହା ପ୍ରକାଶ କରିଛନ୍ତି ।

ଟିଭିରେ ଚାଲୁଥିବା ରିଅଲିଟି ଶୋ’ ‘ସୁପର୍ ଡାନ୍ସର ଚାପ୍ଟର୍-୪’ର ଏକ ଶୋ’ରେ ନିଜର ପ୍ରଥମ ଚଳଚ୍ଚିତ୍ରକୁ ମନେପକାଇ ଶିଳ୍ପା କହିଛନ୍ତି ଯେ ସୁପର୍ ଡୁପର୍ ହିଟ୍ ଗୀତ ‘ୟେ କାଲୀ କାଲୀ ଆଖେଁ’ରେ ସାମିଲ୍ ହୋଇନପାରିବାର ଦୁଃଖ ରହିଗଲା । ଏପରିକି ଏହି ଗୀତ ହିଟ୍ ହେବା ଦେଖି ମୁଁ ଈର୍ଷାରେ ଜଳିଥିଲି ବୋଲି ସେ ପ୍ରକାଶ କରିଛନ୍ତି । ଉକ୍ତ ଗୀତରେ ସେ ରୋଲ କରିବାକୁ ଖୁବ୍ ଆଗ୍ରହୀ ରହିଥିବା ହସିହସି କହିଥିବାବେଳେ ତାଙ୍କ ଦୁଃଖ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଅନେକ କହୁଛନ୍ତି । ଅନୁ ମଲ୍ଲିକ ଗାଇଥିବା ‘ୟେ କାଲୀ କାଲୀ ଆଖେଁ’ ଗୀତକୁ ଆଜି ମଧ୍ୟ ଲୋକେ ଗୁଣୁଗୁଣାଇ ଥାଆନ୍ତି । ଏନେଇ ସଙ୍ଗୀତ ଜଗତର ଅନ୍ୟତମ ବାଦଶାହ କୁମାର ସାନୁ କହିଛନ୍ତି ଯେ ଆମେ ଦୁହେଁ ଏକତ୍ର କାମ କରିଛୁ ଓ ଗୀତ ରେକର୍ଡିଂ କରିଛୁ । କିନ୍ତୁ ଅନୁ ମଲ୍ଲିକ ଅନେକ ହିଟ୍ ଗୀତ ଦେଇଛନ୍ତି ବୋଲି କୁମାର ସାନୁ କହିଛନ୍ତି ।
‘କାଲୀ କାଲୀ ଆଖେଁ’ରେ ନାଚୁଛନ୍ତି ଶିଳ୍ପା

ଶେଷରେ ନିଜ ପସନ୍ଦର ଗୀତରେ ନାଚିଲେ ଶିଳ୍ପା । ‘ସୁପର୍ ଡାନ୍ସର ଚାପ୍ଟର୍-୪’ ଶୋ’ର ଏକ ପ୍ରମୋ ଆଡ୍ ରେ ଶିଳ୍ପା ଉକ୍ତ ଗୀତରେ ନାଚୁଥିବା ଦେଖାଯାଇଛି । ସୂଚନାଯୋଗ୍ୟ ଯେ ବାଜିଗରରେ ଏଣ୍ଟ୍ରି ମାରିଥିବା ଶିଳ୍ପା ଲିଡ୍ ରୋଲ୍ ରେ ଥିବା କାଜୋଲଙ୍କ ଭଉଣୀ ଭୂମିକାରେ ରହିଥିଲେ । ତେବେ ଦୁଇ ଭଉଣୀ ଶାହରୁଖଙ୍କୁ ପ୍ରେମ କରୁଥିବା କାହାଣୀକୁ ନେଇ ଉକ୍ତ ଚଳଚ୍ଚିତ୍ର ସେତେବେଳେ ସୁପର୍ ଡୁପର୍ ହିଟ୍ ହୋଇଥିଲା ।

ଦେଖନ୍ତୁ ଭିଡିଓ:

Get real time updates directly on you device, subscribe now.